ଭାରତୀୟ ବାୟୁସେନାରେ ନୂଆ ଇତିହାସ : ଫାଇଟର ଜେଟ ଉଡାଇଲେ ଦେଶର ପ୍ରଥମ ମହିଳା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଆଉ ଏକ ନୂଆ ଇତିହାସ।  ମିଗ୍-୨୧ ଫାଇଟର ଜେଟ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ରେକର୍ଡ କରିଛନ୍ତି  ଫ୍ଲାଇଂ ଅଫିସର ଅବନୀ ଚତୁର୍ବେଦୀ।   ଏହା ପୂର୍ବରୁ ସେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫାଇଟର ଆଖ୍ୟା ଅର୍ଜନ କରିଥିଲେ।   ମଧ୍ୟପ୍ରଦେଶର ରିବା ସହରୁ ଆସିଥିବା ଅବନୀ ଚତୁର୍ବେଦୀ ସୋମବାର ଗୁଜରାଟ ଜାମନଗର ଏୟାରବେସରେ ମିଗ-୨୧ର ଉଡାଣ ଭରି ଏହି ମିଶନ ପୂରଣ କରିଥିଲେ।  ଫାଇଟର ପାଇଟଲ ଭାବେ ସେ ପ୍ରଥମ ସୋପାନ ପାର କରିଛନ୍ତି ।  ତେବେ ବାସୁୟେନାର ଜଣେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଫାଇଟର ପାଇଲଟ ହେବାକୁ ଅବନୀଙ୍କୁ ଆହୁରି ୨ ବର୍ଷ ପ୍ରଶିକ୍ଷଣ ନେବାକୁ ପଡିବ ।  ଆଇଟିରେ ରେ ସ୍ନାତକ ଡିଗ୍ରୀ ହାସଲ ପରେ ବାସୁସେନାରେ ସାମିଲ ହୋଇଛନ୍ତି ଫ୍ଲାଇଂ ଅଫିସର ଅବନୀ ଚତୁର୍ବେଦୀ।  ଭାରତୀୟ ବାସୁସେନାରେ ବର୍ତ୍ତମାନ ଅବନୀଙ୍କ ସହ ବିହାରର ଭାବନା କାନ୍ତ ଏବଂ ଗୁଜରାଟର ମୋହନା ସିଂହ ଫାଇଟର ପାଇଟଲର ଆଖ୍ୟା ଅର୍ଜନ କରିସାରିଛନ୍ତି । ସମସ୍ତ ୩ ମହିଳା ଫ୍ଲାଇଂ ଅଫିସର ୨୦୧୬ରେ ବାସୁସେନାରେ ସାମିଲ ହୋଇଥିଲେ।