କଂଗ୍ରେସ କୌଶଲ୍ୟା ଓ ବିଜେପି କୈକେୟୀ: ସିଦ୍ଧୁ

ନୂଆଦିଲ୍ଲୀ: କଂଗ୍ରେସରେ ସାମିଲ ହୋଇଥିବା ନବଜୋତ୍‌ ସିଦ୍ଧୁ ଆଜି ପ୍ରଥମଥର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ସେ କହିଛନ୍ତି, ” ମୁଁ ଜନ୍ମରୁ କଂଗ୍ରେସ, କଂଗ୍ରେସ ଦଳକୁ ଫେରିବା ମାନେ ଘରକୁ ଫେରିବା ପରି। ମୋ ବାପା ଦୀର୍ଘ ୪୦ବର୍ଷ ଧରି କଂଗ୍ରେସ ପାଇଁ କାମ କରିଥିଲେ”।

ସେ କହିଛନ୍ତି ଲୋକମାନେ ତାଙ୍କର ଏହି ନିଷ୍ପତ୍ତି ଉପରେ ଯାହା କହୁଛନ୍ତି ତାହାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିବ ନାହିଁ। ସେ କଂଗ୍ରେସକୁ କୌଶଲ୍ୟା ଏବଂ ବିଜେପିକୁ କୈକେୟୀ ବୋଲି କହିଛନ୍ତି। ସିଦ୍ଧୁ ଅମୃତସରର ପୂର୍ବ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।