ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ ଶରୀରର ଫଟୋ, ଦେଖନ୍ତୁ କିଛି ଦୃଶ୍ୟ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀ ଦେବୀ ଆଉ ଇହ ଧାମରେ ନାହାଁନ୍ତି। ଶନିବାର ଦୁବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ ।  ତାଙ୍କ ମୃତ୍ୟୁ ଖବରରେ ସାରା ଦେଶରେ ଏବେ ଶୋକର ଛାଇ। ଆଜି ସନ୍ଧ୍ୟାରେ ତାଙ୍କ ମୃତ ଦେହ ମୁମ୍ବାଇରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ଗତକାଲି ଶ୍ରୀଦେବୀଙ୍କ ପରଲୋକ ହୋଇଥିବା ବେଳେ ଆଜି ଅପରାହ୍ନ ୪ଟା ପରେ  ତାଙ୍କ ମୃତ ଶରୀରର ଫଟୋ ସାମ୍ନାକୁ ଆସିଛି। ଦୁବାଇରେ ଶବ ବ୍ୟବଚ୍ଛେଦ ବେଳେ ଏହି ଫଟୋ ଉଠାଯାଇଥିବା କୁହାଯାଉଛି।  ଶନିବାର ଦୁବାଇରେ ଶ୍ରୀ ଦେବୀ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା।