ଭାଇଜାନ୍‌ଙ୍କୁ ଜାମିନ୍ ମିଳିବା ପଛରେ କୋର୍ଟରେ କ’ଣ ଥିଲା ଓକିଲଙ୍କ ଯୁକ୍ତି, ପଢ଼ନ୍ତୁ

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ୨ରାତି କାଟିବା ପରେ ସଲମାନଙ୍କୁ ଜାମିନ୍‌ ମିଳିଯାଇଛି। ୫୦ ହଜାର ଟଙ୍କା ମୂଲ୍ୟର ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଥିଲା। ଏହାପରେ ସେ ସନ୍ଧ୍ୟା ସାଢ଼େ ୫ଟାରେ ଜେଲରୁ ବାହାରିଲେ। ସେସନ୍ସ କୋର୍ଟର ବିଟାରପତି ରବିନ୍ଦ୍ର କୁମାର ଜୋଶୀ ଶନିବାର ଅପରାହ୍ନ ଠିକ୍ ୩ଟା ସମୟରେ ରାୟ ଶୁଣାଇଥିଲେ। ସଲମାନ୍ ଜେଲ୍‌ରୁ ବାହାରିବା ମାତ୍ରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।

ବେଲ ପାଇଁ ଅଦାଲତରେ ଯୁକ୍ତି ଚାଲିଥିବାବେଳେ ସରକାରୀ ଓକିଲ ଭବାନୀ ସିଂ ଭାଟୀ ସଲମାନଙ୍କ ଜାମିନକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ବଦଳି ପରେ ଜଜ୍‌ଙ୍କର ରାୟ ଶୁଣାଇବା ଠିକ୍ ନୁହଁ। କିନ୍ତୁ ଜଜ୍ ଜୋଶୀ ସଲମାନଙ୍କ ଓକିଲଙ୍କ ସମସ୍ତ ଦଲିଲ୍ ଶୁଣିବା ପରେ ଜାମିନ୍ ଦେଇଦେଇଦେଲେ।

ସଲମାନଙ୍କ ଓକିଲଙ୍କର ସମସ୍ତ ଦଲିଲ୍:

୧. ସଲମାନଙ୍କ ଓକିଲ ମହେଶ ବୋରା ଅଦାଲତଙ୍କୁ କହିଲେ- ଗତ ୨୦ ବର୍ଷରେ ସଲମାନ ସବୁବେଳେ ଅଦାଲତର ସାମ୍ନା କରିଛନ୍ତି। ୨୦ ବର୍ଷ ଭିତରେ ସଲମାନ କୋର୍ଟର ସମସ୍ତ ଶୁଣାଣିରେ ଉପସ୍ଥିତ ରହିଛନ୍ତି। ସେ ଯାଞ୍ଚ କାର୍ଯ୍ୟରେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

୨. ବୋରା କହିଥିଲେ- ସଲମାନ ନିର୍ଦୋଷ, ତାଙ୍କୁ ମିଛ କେସ୍‌ରେ ଫସାଯାଇଛି। ଜାମିନ ପରେ ସେ କହିଥିଲେ ଯେ, ଆମକୁ ନ୍ୟାୟ ମିଳିଛି।

୩. ସଲମାନଙ୍କ ଓକିଲ ନିଜ ଦଲିଲ୍‌ରେ କୃଷ୍ଣସାର ମୃଗ ଶିକାର ମାମଲା ସହ ଜଡ଼ିତ ଆର୍ମ୍ସ ଆକ୍ଟ ମାମଲାର ଉଦ୍ଦାହରଣ ଦେଇ କହିଥିଲେ ଯେ, ଏହା ପ୍ରମାଣିତ ହୋଇନାହିଁ ଯେ ସଲମାନଙ୍କ ବନ୍ଧୁକ ଘଟଣାସ୍ଥଳରେ ମିଳିଛି ବୋଲି। ତାଙ୍କୁ ହାଇକୋର୍ଟରୁ ମଧ୍ୟ ମୁକ୍ତି ମିଳିସାରିଛି।

୪. ବୋରା ଦଲିଲ୍ ଦେଇଥିଲେ ଯେ, ସଲମାନଙ୍କୁ ଜାମିନ୍ ଦିଆଯିବା ଉଚିତ୍। ଜାମିନ ନଦେବା ତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବ।

୫. ସଲମାନଙ୍କ ଓକିଲ କହିଥିଲେ, “ଯଦି ସଲମାନଙ୍କୁ ଜାମିନ ନ ମିଳେ, ତେବେ ତାଙ୍କୁ ବିନା କାରଣରେ ଜେଲରେ ଆହୁରି କିଛି ସମୟ ବିତେଇବାକୁ ପଡ଼ିବ”। ସେ ପ୍ରଶ୍ନ କରିଥିଲେ ଯେ ସଲମାନ ଜେଲରେ ବିତାଇଥିବା ରାତି ପାଇଁ ଦାୟୀ କିଏ? ସଲମାନ କରିଥିବା ସାମାଜିକ କାର୍ଯ୍ୟ ଗୁଡ଼ିକୁ ସେ କୋର୍ଟରେ ଉପସ୍ଥାପନ କରିଥିଲେ।