ଜିଏସଟି ଲଲିପପ୍‌: ଶସ୍ତା ହେଲା ବିମାନରେ ଉଡ଼ିବା ସ୍ୱପ୍ନ

ନୂଆଦିଲ୍ଲୀ: ଉଡ଼ାଯାହାଜରେ ଉଡ଼ିବା କାହା ପାଇଁ ସାଧାରଣ କଥା ହୋଇପାରେ ହେଲେ ଜଣେ ସାଧାରଣ ମଣିଷ ପାଇଁ ସ୍ୱପ୍ନର କଥା। ଏବେ ଏହି ସ୍ୱପ୍ନ ସାକାର କରିବ ଜିଏସଟି( ଗୁଡସ୍‌ ଆଣ୍ଡ ସର୍ଭିସ ଟ୍ୟାକ୍ସ)।  ଅର୍ଥାତ ଜିଏସଟି ଲାଗୁ ହେଲା ପରେ ଜୁଲାଇ ୧ରୁ ବିମାନରେ ଉଡ଼ିବା ଶସ୍ତା ହେବ। କାରଣ ଏବେ ବିଜ୍‌ନେଶ କ୍ଲାସ୍‌ରେ ୯ରୁ ୧୨ ପ୍ରତିଶତ ଟିକସକୁ ଖସିଯିବ।

ତେବେ ଇକୋନମି କ୍ଲାସ ପାଇଁ ଆଗରୁ ୫ ପ୍ରତିଶତ  ଟିକସ ଥିବା ବେଳେ ଏବେ ୬ ପ୍ରତିଶତ ରିହାତି ମିଳିବ। କହିବାକୁ ଗଲେ ସରକାର ବିଜ୍‌ନେସ କ୍ଲାସ ଉପରେ ୧୨ ପ୍ରତିଶତ ଏବଂ ଇକୋନୋମି କ୍ଲାସ ପାଇଁ ୫ ପ୍ରତିଶତ ଟିକସ କମ୍‌ କରିଦେଇଛନ୍ତି।  ଏହି ରିହାତି ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜିଏସଟି କାଉନସିଲରେ  ଟେଲିକମ୍, ଇନ୍ସୁରାନ୍ସ,ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ୪ ପ୍ରକାର ଟ୍ୟାକ୍ସ ସ୍ଲାବ ଧାର୍ଯ୍ୟ ହୋଛି। ସେଗୁଡ଼ିକ ଯଥାକ୍ରମେ ୫,୧୨,୧୮ ଏବଂ ୨୮ ପ୍ରତିଶତ ରହିଛି।