ଆଜି ରାତି ୧୨ଟାରେ ଫ୍ଲିପ୍‌କାର୍ଟର ମେଗା ସେଲ୍‌, ଶସ୍ତାରେ ମିଳିବ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ସପିଂ ୱେବ୍‌ସାଇଟ୍‌ ଫ୍ଲିପ୍‌କାର୍ଟ ନୂଆବର୍ଷରେ ପ୍ରଥମକରି ମେଗା ସେଲ୍‌ ନେଇ ଆସିଛି। ଏହି ସେଲ୍‌ରେ ଆପଣ ସବୁଠୁ ଶସ୍ତା ଦାମରେ 4G ଭୋଲ୍ଟି ସ୍ମାର୍ଟ ଫୋନ୍‌ କିଣି ପାରିବେ। ଯାହାର ମୁଲ୍ୟ ୨୦୧୮ ଟଙ୍କା ରହିଛି। ପ୍ରଥମଥର ପାଇଁ କୌଣସି 4G ଭୋଲ୍ଟି ସ୍ମାର୍ଟ ଫୋନ୍‌ ଏତେ ଶସ୍ତାରେ ମିଳୁଛି। ଫ୍ଲିପ୍‌କାର୍ଟ ଏହି ସେଲ୍‌କୁ ‘’20 Mobiles 18 Bonaza’ର ନାଁ ଦେଇଛି । ଏହି ଅଫର ମାଧ୍ୟମରେ  ୨୦ଟି ସ୍ମାର୍ଟ ଫୋନ୍‌ ଜବରଦସ୍ତ ଡିସ୍‌କାଉଣ୍ଟରେ ମିଳିବ। ରାତି ୧୨ ଟାରେ ଆରମ୍ଭ ହେବ ଏହି ସେଲ। ଏହା ୩ ଦିନ ଅର୍ଥାତ ୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ।

ସେଲ୍‌ରେ ସେହି ସ୍ମାର୍ଟ ଫୋନ୍‌ ଗୁଡିକୁ ସାମିଲ କରାଯାଇଛି। ଯେଉଁ ଫୋନ୍‌ ୨୦୧୭ରେ ସର୍ବାଧିକ ବିକ୍ରି ତାଲିକାରେ ରହିଛି ।  ସାମ୍‌ସଙ୍ଗ, ମୋଟୋ, ସ୍ୟାଓମି, ଗୁଗୁଲ, ପାନାସୋନିକ ସମେତ ଅନେକ କମ୍ପାନୀର ହ୍ୟାଣ୍ଡସେଟ୍‌ ସାମିଲ ଅଛି। ତେବେ ଏହି ହ୍ୟାଣ୍ଡ ସେଟ୍‌ ସଂଖ୍ୟା ସୀମିତ ରହିଛି। ତେଣୁ ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ୍‌ ନିୟମରେ  ଅର୍ଡ଼ର କଲେ ଏହି ସୁବିଧା ମିଳିବ। ଏହା ଛଡା emiରେ କୌଣସି ଚାର୍ଜେସ ଲାଗିବ ନାହିଁ। ଯାହା ମାସିକିଆ ୮୩୩ ଟଙ୍କାରେ ଆରମ୍ଭ ହେବ। ଏହାଛଡା ୟୁଜର୍ସମାନେ ନିଜ ପୁରୁଣା ମୋବାଇଲ୍‌କୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍‌ କରିପାରିବେ। ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ସ୍ମାର୍ଟ ଫୋନ୍‌। ୬୧ ହଜାର ମୂଲ୍ୟର ଫୋନ୍‌ ଗୁଗୁଲ ପିକ୍ସେଲ-୨ ମାତ୍ର ୩୯,୯୯୯ ଟଙ୍କାରେ ମିଳିବ।