ଫେସବୁକ୍ ଜରିଆରେ ଘରକୁ ଆସିବ ଖାଦ୍ୟ: ଖୁବଶୀଘ୍ର ଲଞ୍ଚ ହେବ ଅପସନ୍

ୱାସିଂଟନ୍: ଖାଲି ଚାଟିଂ ଓ ଫଟୋ ପୋଷ୍ଟ ନୁହେଁ ଏବେ ଫେସବୁକରେ ଆପଣ ଖାଦ୍ୟ ଅର୍ଡର କରିପାରିବେ। ଏନେଇ ଖୁବଶୀଘ୍ର ଫେସବୁକ ଅର୍ଡର ଫୁଡ ନାମକ ଏକ ଅପସନ୍ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଗ୍ରାହକ ଘରେ ବସି  ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ। ଫେସବୁକରେ ଥିବା ଏହି ଅର୍ଡର ଫୁଡ ଅପସନକୁ ବ୍ୟବାହାର କରି ଡେଲିଭେରି ଡଟ୍ କମ ଅନ୍ ସ୍ଲାଇସ ୱେବ ସାଇଟ ସାହାଯ୍ୟରେ ଆପଣ ଖାଦ୍ୟ ଅର୍ଡର କରିପାରିବେ। ପ୍ରଥମେ ଏହି ସୁବିଧା ଆମେରିକାରେ ଉପଲବ୍ଧ ହେବ। ଗତବର୍ଷ ଅକ୍ଟୋବର ମାସରେ ସୋସିଆଲ ମିଡିଆ କମ୍ପାନୀ ଗୁଡିକ ଅନଲାଇନ ବ୍ୟବସାୟ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଫେସବୁକ ଏଭଳି ପଦକ୍ଷେପ ନେଇଛି।