ବିଜେପିକୁ ସମର୍ଥନ କରିବନି ଜେଡିଏସ: କୁମାରସ୍ୱାମୀ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ ବେଳେ ଜେଡିଏସ ବିଜେପିକୁ ସମର୍ଥନ କରିବ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଟ୍ୱିଟ୍ କରି ଏହା କହିଛନ୍ତି।

ସୂଚନାଯୋଗ୍ୟ, ଜେଡିଏସର ଏକ ବିଧାୟକ ଗୋଷ୍ଠୀ ଗତ ଶୁକ୍ରବାର ବି.ଏସ୍. ୟେଦୁରପ୍ପାଙ୍କ ନେତୃତ୍ବାଧୀନ ସରକାରକୁ ବାହାରୁ ସମର୍ଥନ କରିବା ପାଇଁ କୁମାରସ୍ୱାମୀଙ୍କୁ ପ୍ରସ୍ତାବ ଦେଇଥିଲେ।  ତେବେ ଅନ୍ୟ ଏକ ଗୋଷ୍ଠୀ କିନ୍ତୁ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ।

ଏହାପରେ ଜେଡିଏସ ବିଧାୟକ ଗୋଷ୍ଠୀ ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ଦୁଇ ଫାଳ ହୋଇଥିବା ଜଣାପଡିଛି। ତେବେ ବିଜେପି ଆଡ଼କୁ ଜେଡିଏସ୍ ଢଳୁଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ଏହାପରେ ଜେଡିଏସ ବିଧାୟକ ଦଳର ନେତା କୁମାରସ୍ୱାମୀ ସମର୍ଥନ ଚର୍ଚ୍ଚାକୁ ଗୁଜବ ବୋଲି କହି ଖାରଜ କରିଛନ୍ତି।