ଏମ୍‌ୟୁରେ ପୂର୍ବତନ ଜେଏନ୍‌ୟୁ ଛାତ୍ରଙ୍କ ବିବାଦୀୟ ବୟାନ, ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କଲା ପୁଲିସ୍‌

ଆଗ୍ରା: ପୂର୍ବତନ ଜେଏନ୍‌ୟୁ ଛାତ୍ର ଶର୍ଜିଲ୍‌ ଇମାମ୍‌ଙ୍କ ନାମରେ ଆଲିଗଡ଼ ପୁଲିସ୍‌ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିଛି। ସେ ଆଲିଗଡ଼ ବିଶ୍ୱବିଦ୍ୟାଳୟଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଆନ୍ଦୋଳନରେ ଦେଶ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ସିଏଏ ବିରୋଧୀ ଆନ୍ଦୋଳନରେ ସେ ଏପରି କହିଥିବା କୁହାଯାଉଛି।

ଇମାମ୍‌ଙ୍କ ନାମରେ ଧାରା ୧୨୪ କ (ରାଷ୍ଟ୍ରଦ୍ରୋହ), ୧୫୩ କ (ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ), ୧୫୩ ଖ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ର ୫୦୫ (୨) ଆଦି ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଡିଆଇଜି ଆକାଶ କୁହ୍ଲାରୀ ଏହି ଘଟଣା ବାବଦରେ କହିଛନ୍ତି, ଏକ ଭିଡିଓରୁ ଅଭିଯୁକ୍ତ ଇମାମ୍‌ ଏମ୍‌ୟୁଠାରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ସେ ଖୁବ୍‌ ଶୀଘ୍ର ଗିରଫ ହେବେ।

ତେବେ ଏଏମ୍‌ୟୁ ମୁଖପାତ୍ର ଶଫି କିଦ୍‌ୱାଇ କହିଛନ୍ତି, “ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବିଷୟରେ ଜାଣିନାହାନ୍ତି। ସେମାନେ ଅନୁମତି ନେଇନଥିଲେ। ସେ ଏହି ଭିଡିଓରେ ଯାହା କିଛି କହିଛନ୍ତି ଆମେ ନିନ୍ଦା କରୁଛୁ।”