କେଦାରନାଥ ଯାତ୍ରା ବେଳେ ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶରେ ଦିଗବିଜୟ ସିଂହଙ୍କ ସରକାରରେ ମନ୍ତ୍ରୀ ଥିବା ଶିବ ନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ।
ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା ଚେହେରା। ମଧ୍ୟପ୍ରଦେଶର ଚାଁଚୌଡ ବିଧାନସଭାରୁ ସେ ଚାରିଥର ବିଧାୟକ ହୋଇଥିଲେ। ରାଜ୍ୟ ସରକାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ। ତାଙ୍କ ମର ଶରୀରକୁ ଚାଁଚୌଡ ଅଣାଯାଉଥିବା ସୂଚନା ରହିଛି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ। ମୀନାଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଶୋକ ପ୍ରକାଶ କରିଛନ୍ତି।