ଡାକ୍ତରଙ୍କ ପାଇଁ କାଳ ହେଲା ଡେଞ୍ଜରସ୍‌ ସେଲଫି : ଡ୍ୟାମ୍‌ରେ ବୁଡି ପ୍ରାଣ ହରାଇଲେ ୪

ପୁଣେ: କିଲର୍‌ ସେଲ୍‌ଫି। ପୁଣେର ଉଜ୍ଜନି ଡ୍ୟାମରେ ବୋଟିଂ କରିବା ସମୟରେ ସେଲ୍‌ଫି ନେବା ୪ଜଣ ଡାକ୍ତରଙ୍କ ପାଇଁ କାଳ ହୋଇଛି।  ସେଲ୍‌ଫି ନେଉଥିବା ବେଳେ ବୋଟ୍‌ଟି ଭାରସାମ୍ୟ ହରାଇବାରୁ ୪ଜଣ ଡାକ୍ତର ଖସି ପଡିଥିଲେ। ମିଳିଥିବା ସୂଚନା ଅନୁଯାୟୀ ୧୦ ଜଣ ଡାକ୍ତର ମହାରାଷ୍ଟ୍ରର ଇନ୍ଦପୁରରୁ ଉଜ୍ଜନି ଡ୍ୟାମକୁ  ଆଜି ସକାଳେ ବୋଟିଂ କରିବାକୁ ଆସିଥିଲେ। ଏହି ସମୟରେ କିଛି ଡାକ୍ତର ଡେଂଜରସ୍‌ ସେଲ୍‌ଫିରେ ମାତିଥିଲେ।

ଫଳରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ଫଳରେ ୧୦ଜଣ ଡାକ୍ତର ଡ୍ୟାମ୍‌ରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ପହଁରି କୂଳରେ ଲାଗି ଯାଇଥିଲେ। ଅନ୍ୟ ୪ଜଣ ଡ୍ୟାମରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ଠାବ କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି।