ସିଆରପିଏଫ୍‌ କ୍ୟାମ୍ପରେ ପ୍ରବେଶ ଉଦ୍ୟମ ପଣ୍ଡ; ପାଲଟା ଗୁଳିରେ ୪ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ସମ୍ୱଲ୍‌ ଅଞ୍ଚଳରେ ଥିବା ଏକ ସିଆରପିଏଫ୍‌ କ୍ୟାମ୍ପ୍‌ ଉପରେ ଆଜି ଭୋର ପ୍ରାୟ ୪ଟା ବେଳେ ଆତଙ୍କବାଦୀମାନେ ପଶିବାକୁ ଉଦ୍ୟମ କରିଥିଲେ। ସେମାନେ ପ୍ରଥମେ ସେଣ୍ଟ୍ରି ପୋଷ୍ଟକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ତେବେ ସେମାନଙ୍କୁ ବାଧା ଦେଇଥିଲେ ଆଲର୍ଟ ହୋଇଯାଇଥିବା ଯବାନମାନେ। ଯବାନଙ୍କ ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ସିଆରପିଏଫ୍ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ଚାରୋଟି ଏକେ ରାଇଫଲ୍‌, ଗୋଟିଏ ୟୁଜିଏଲ୍‌,  ୟୁବିଜିଏଲ୍‌ ଗ୍ରେନେଡ୍‌ ଓ ହାତ ବୋମା ଜବତ କରାଯାଇଛି।

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।

ରିପୋର୍ଟ ଓ ଫଟୋ- ଟାଇମ୍ସ ଅଫ୍ ଇଣ୍ଡିଆ