ଫିଫା ବିଶ୍ୱକପ: ଉରୁଗୁଏକୁ ୨-୦ ଗୋଲ୍‌ରେ ହରାଇ ସେମିରେ ଫ୍ରାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଶକ୍ତିଶାଳୀ ଉରୁଗୁଏକୁ ୨-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ପହଞ୍ଚିଲା ଫ୍ରାନ୍ସ। ପ୍ରଥମ ଦଳ ଭାବେ ଫ୍ରାନ୍ସ ଚଳିତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି।

ସେପଟେ ୨-୦ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛି ଉରୁଗୁଏ। ଯାହା ପ୍ରଶଂସକଙ୍କୁ ବେଶ୍‌ ନିରାଶ କରିଛି। ବ୍ରାଜିଲ ଓ ବେଲଜିୟମ ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ ସେହି ଟିମ୍‌ ସେମି ଫାଇନାଲରେ ଫ୍ରାନ୍ସ ବିପକ୍ଷରେ ଖେଳିବ।

ଉଭୟ ଟିମ୍‌ ଆରମ୍ଭରୁ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିବା ବେଳେ ମ୍ୟାଚ୍‌ର ୪୦ ମିନିଟରେ କିନ୍ତୁ ଫ୍ରାନ୍ସ ପ୍ରଥମ ଗୋଲ୍‌ ସ୍କୋର କରିଥିଲା। ଏହାପରେ ଫ୍ରାନ୍ସ ଦ୍ୱିତୀୟ ଗୋଲ୍‌ ସ୍କୋର୍‌ ୬୧ ମିନିଟରେ ଦେଇ ବିଜୟ ସୁନିଶ୍ଚିତ କରିଥିଲା। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିଶ୍ୱକପରେ ଫ୍ରାନ୍ସ, ଉରୁଗୁଏ ଠାରୁ କେବେ ବି ହାରିନାହିଁ।