ନିଜ ସାଂସଦଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ସଂସଦରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କଲା ବିଜେପି

ନୂଆଦିଲ୍ଲୀ: ଶୁକ୍ରବାର ପର୍ଯ୍ୟନ୍ତ ବିଜେପିର ସବୁ ସଦସ୍ୟ ସଂସଦରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହୁଇପ୍ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆଜି ବସିଥିବା ଦଳର ସଂସଦୀୟ ବୈଠକରେ ଉଭୟ ରାଜ୍ୟସଭା ଓ ଲୋକସଭାର ସମସ୍ତ ବିଜେପି ସଦସ୍ୟ ଶୁକ୍ରବାର ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ନିଜ ଦଳର ସାଂସଦଙ୍କୁ ଏପରି ନିର୍ଦ୍ଦେଶ ଦେବା ପରେ ପଡ଼ି ରହିଥିବା ବିଲ୍‌ଗୁଡ଼ିକୁ ପାସ୍ କରାଇବାକୁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି।

ଗୃହ ପରିଚାଳନାରେ ସହଯୋଗ କରିବାକୁ ଗତକାଲି ଏକ ଖବରଦାତା ସମ୍ମିଳନୀରେ ବିରୋଧୀଙ୍କୁ  ପ୍ରଧାନମନ୍ତ୍ରୀ କହିଥିଲେ।