ହାରିଛି ବୟସ ଜିତିଛି ପ୍ରେମ: ୨୫ବର୍ଷ ବଡ଼ ସ୍କୁଲ୍‌ ଶିକ୍ଷୟିତ୍ରୀ ସାଜିଛନ୍ତି ଫ୍ରାନ୍‌ସ ରାଷ୍ଟ୍ରପତିଙ୍କ ପତ୍ନୀ

ଫ୍ରାନ୍ସର ନବର୍ନିବାଚିତ ରାଷ୍ଟ୍ରପତି ଇମାନୁଏଲ ମାର୍କୋନ। ମାତ୍ର ୩୯ ବର୍ଷ ବୟସରେ ରାଜନୀତିର ରଣାଙ୍ଗନରେ ସଫଳତାର ଶୀର୍ଷରେ ପହଞ୍ଚି ସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ନେଇ ସେ ଯେତିକି ଚର୍ଚ୍ଚିତ ହୋଇନଥିଲେ ତା ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନ ବା ବିବାହକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ ଇମାନୁଏଲ। ତେବେ ଆସନ୍ତୁ ଜାଣିବା ଇମାନୁଏଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ଯାହା ଆପଣଙ୍କୁ ପ୍ରେମର ପରିଭାଷା ବୁଝାଇଦେବ।

ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ, ପ୍ରେମ ଅନ୍ଧ। ତେଣୁ ବୟସର ତାରତମ୍ୟ ମଧ୍ୟ ଦେଖି ପାରିନଥାନ୍ତି  ପ୍ରେମୀଯୁଗଳ। ଥରେ ପ୍ରେମରେ ପଡ଼ିଲେ ପୂରା ସମାଜ ଲାଗିଥାଏ ତୁଚ୍ଛ। ଠିକ୍‌ ସେହିପରି ନିଜ ଠାରୁ ୨୫ବର୍ଷ ବଡ଼ ବ୍ରିଗିଟି ଟ୍ରଗ୍‌ନେସ୍‌ଙ୍କୁ ବିବାହ କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ। ତେବେ ଇମାନୁଏଲ ଓ ବ୍ରିଗିଟିଙ୍କ ଲଭ୍‌ଷ୍ଟୋରୀ ବେଶ୍ ମାଜାଦାର୍‌। ଇମାନୁଏଲଙ୍କ ସ୍କୁଲ ଶିକ୍ଷୟିତ୍ରୀ ଥିଲେ ବ୍ରିଗିଟି। ତେବେ  ନିଜ ଠାରୁ ୨୫ ବର୍ଷ ବଡ଼ ଶିକ୍ଷୟତ୍ରୀଙ୍କୁ ମନ ଦେଇ ବସିଥିଲେ ଇମାନୁଏଲ। ମନର କଥା କହିବାକୁ ଡେରି ମଧ୍ୟ କରିନଥିଲେ। ତେବେ ଇମାନୁଏଲଙ୍କ ପିତା ଏସବୁ ଜାଣିବା ପରେ ୩ ସନ୍ତାନର ମା’ ‍ବ୍ରିଗିଟିଙ୍କୁ ଗାଳି ଶୁଣିବାକୁ ମଧ୍ୟ ପଡିଥିଲା।

ଇମାନୁଏଲଙ୍କୁ ଏସବୁରୁ ଦୂରେଇ ରଖିବା ପାଇଁ ଫ୍ରାନ୍ସକୁ ଫଠାଇ ଦେଇଥିଲେ ପରିବାର ଲୋକେ। ହେଲେ ଦୂରତା କିନ୍ତୁ ଏମାନଙ୍କ ସର୍ମ୍ପକର ଦୂରତାକୁ ବଢାଇ ଦେଇ ପାରି ନଥିଲା। ଦୁହେଁ ଦୁହିଁଙ୍କୁ କଥା ଦେଇ ସାରିଥିଲେ ବିବାହ କରିବା ପାଇଁ। ୨୦୦୬ରେ ବ୍ରିଗିଟି ଛାଡ଼ପତ୍ର ଦେଇଥିଲେ ନିଜ ପତିଙ୍କୁ ଆଉ ଧରିଥିଲେ ଇମାନୁଏଲଙ୍କ ହାତ। ଗୁରୁ-ଶିଷ୍ୟର ସର୍ମ୍ପକ ପରିଣତ ହୋଇଥିଲା ସ୍ୱାମୀ ଓ ସ୍ତ୍ରୀର ସଂପର୍କରେ ।

Courtesy: ABP news