ବାୟୁ ପ୍ରଦୂଷଣ ବିରୋଧରେ ଗେଲ୍‌ର ‘ହୱା ବଦ୍‌ଲେ ହମ୍‌’ ଅଭିଯାନ

ନୂଆଦିଲ୍ଲୀ: ଗେଲ୍‌ର ସିଏମ୍‌ଡି ବିସି ତ୍ରିପାଠୀ ଆଜି ବାୟୁ ପ୍ରଦୂଷଣ ବିରୋଧରେ ଅଭିଯାନ ‘ହୱା ବଦ୍‌ଲେ ହମ୍‌’ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଦୂଷଣ ମାପକ ଯନ୍ତ୍ର ସହିତ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ ହୋଇଥିବା ଅଟୋ ରିକ୍‌ସା ଦିଲ୍ଲୀରେ ବୁଲାଯିବ। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଲୋକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ। hawabadlehum.changetheair.org ଜରିଆରେ ଲୋକେ ମତାମତ ଦେବେ।

‘ହୱା ବଦ୍‌ଲୋ’ ଅଭିଯାନ ଅଧୀନରେ ‘ହୱା ବଦ୍‌ଲେ ହସୁ’ ନାମକ ଏକ ୱେବ୍‌ ସିରିଜ୍‌ ମଧ୍ୟ ଆରମ୍ଭ କରାଯାଇଥିଲା। ଏହା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲେ ହେଁ ଏଥିରେ ପରିବେଶ ସଂରକ୍ଷଣ ଏବଂ ବାୟୁ ପ୍ରଦୂଷଣ ବାବଦରେ ବାର୍ତ୍ତା ରହିଛି।

ସବୁଜ ଏବଂ ସ୍ୱଚ୍ଛ ଭବିଷ୍ୟତ ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ଶର୍ଟ ଫିଲ୍ମ, ପ୍ରତିଯୋଗିତା ଏବଂ ରାହଗିରି ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଗତ ୩ ବର୍ଷରେ ଏହି ଅଭିଯାନ ସହିତ ୬ କୋଟିରୁ ଊର୍ଦ୍ଧ୍ୱ ନାଗରିକ ଯୋଡ଼ି ହୋଇସାରିଲେଣି।