ଗଣେଶଙ୍କୁ ସିଟ୍‌ ବେଲ୍ଟ ପିନ୍ଧାଇଲେ ଟ୍ରାଫିକ୍ ପୁଲିସ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମୁଣ୍ଡବିନ୍ଧାର କାରଣ ପାଲଟିଛି ନୂଆ ଟ୍ରାଫିକ୍‌ ନିୟମ। ପ୍ରଚଳିତ ହୋଇଥିବା ନୂଆ ନିୟମ ଆଧାରରେ ନିୟମ ଭାଙ୍ଗିବା ପରେ ଗାଡ଼ି ଚାଳକମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ନୂଆ ତଣ୍ଡ ବ୍ୟବସ୍ଥା ପୂର୍ବରୁ ଥିବା ତଣ୍ଡର ଦଶ ଗୁଣା ଅଧିକ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଟ୍ରାଫିକ୍‌ ପୁଲିସ୍‌ ଲୋକଙ୍କୁ ସଚେତନ କରାଇବା ପାଇଁ ଗଣେଶଙ୍କୁ ସିଟ୍‌ ବେଲ୍ଟ ପିନ୍ଧାଇବାର ଦୃଶ୍ୟ ସାମ୍ନାକୁ ଆସିଛି।

ସେଶାଲ୍‌ ମିଡିଆରେ ଏ ସମ୍ପର୍କିତ ଏକ ଫୋଟୋ ଭାଇରାଲ୍‌ ହେଉଛି। ଟ୍ରାଫିକ୍‌ ପୁଲିସ କର୍ମଚାରୀ ପାର୍ଶ୍ୱ ସିଟ୍‌ରେ ଗଣେଶଙ୍କୁ ବସାଇ ବିସର୍ଜନ ପାଇଁ ନେଉଛନ୍ତି, ଗଣେଶଙ୍କ ଦେହରେ ସିଟ୍‌ ବେଲ୍ଟ ଲଗାଯାଇଛି।ଏହାଦ୍ୱାରା ଲୋକମାନେ ସଚେତନ ହେବେ ବୋଲି ସେ କହିଛନ୍ତି।

ଘଟଣାଟି ମଧ୍ୟପ୍ରଦେଶ ମଦସୋରରେ ଦେଖିବାକୁ ମିଳିଛି।