ବନ୍ଧୁକ ମୁନରେ ଗଣବଳାତ୍କାର : ସ୍ୱାମୀ ଏବଂ ଛୁଆ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

 

ମୁଜାଫରନଗର: ବନ୍ଧୁକ ମୁନରେ ଗଣବଳାତ୍କାର। ସ୍ୱାମୀ ଏବଂ ଛୁଆ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।ଉତ୍ତରପ୍ରଦେଶ ମୁଜାଫରନଗରରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଭଳି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୨୫ ବର୍ଷୀୟା ମହିଳା।

ପୀଡିତାଙ୍କ କହିବା ଅନୁସାରେ, ତାଙ୍କ ଛୁଆକୁ ବନ୍ଧକ ରଖି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।  ମହିଳା ଜଣଙ୍କ ତାଙ୍କର ୩ମାସର ଛୁଆକୁ ଡାକ୍ତର ପାଖରେ ଦେଖାଇ ଘରକୁ ଫେରୁଥିବା ବେଳେ ୪ଜଣ ଦୁଅର୍ବୃତ୍ତ ଏକ କାରରେ ଆସି ଏକ ନିଛାଟିଆ ସ୍ଥାନକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୋଲିସ କହିଛି। ହେଲେ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ।