କାମନା ବେଳେ କାନ୍ଦ ମନା: ଦୁଷ୍କର୍ମ ବେଳେ କଣ୍ଟା ସାଜିଲା ପିଲା, ଚଳନ୍ତା ଅଟୋରୁ ଫିଙ୍ଗିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ-ଦିଲ୍ଲୀ ନିର୍ଭୟା ଗଣଧର୍ଷଣର ଆତଙ୍କ ଲୋକଙ୍କ ମନରୁ ନଲିଭୁଣୁ  ଗୁଡଗାଁଓରେ ଘଟିଯାଇଛି ଆଉ ଏକ ଲଜ୍ଜାଜନକ ଘଟଣା। ଜଣେ ମହିଳାଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣବଳତ୍କାର କରିବା ସହ ତାଙ୍କର 9 ମାସର ଶିଶୁକୁ ଚଳନ୍ତା ଅଟୋରୁ ଫିଙ୍ଗି ଦେଇଛନ୍ତି। ଏହି ଅମାନୁଷିକ ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ସୂଚନା ଅନୁଯାୟୀ 29ମେ ରାତିରେ ସଂପୃକ୍ତ ମହିଳାଜଣକ ଘରକୁ ଯିବାକୁ ଏକ ପାସେଞ୍ଜର ଅଟୋ ଧରିଥିଲେ। ଅଟୋରେ ପୂର୍ବରୁ କିଛି ଲୋକ ମଧ୍ୟ ବସିଥିଲେ। ମହିଳାଙ୍କୁ ଅଟୋରେ ପାଇ ସେମାନେ ତାଙ୍କୁ ଦୁର୍ବବ୍ୟହାର କରିବା ଆରମ୍ଭ କରିଥିଲେ। ଏହି ସମୟରେ ମହିଳାଙ୍କ ସହ ଥିବା ତାଙ୍କର ଶିଶୁଟି  କାନ୍ଦିବା ଆରମ୍ଭ କରି ଦେଇଥିଲା। ଫଳରେ ଦୁର୍ବୁତ୍ତ ମାନେ ଶିଶୁକୁ ଚଳନ୍ତା ଅଟୋରୁ ଫିଙ୍ଗି ଦେଇଥିଲେ। ପୀଡିତାଙ୍କ ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ।