କମିଲା ଗ୍ୟାସ୍ ଦର: ଜାଣନ୍ତୁ ସବସିଡ୍ ଓ ଅଣସବସିଡ୍ ଉପରେ କେତେ ହ୍ରାସ ପାଇଲା

ନୂଆଦିଲ୍ଲୀ: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର।  ଲଗାତାର ଦର ବୃଦ୍ଧି ପରେ ଆଜି ଗ୍ୟାସ ଦର ହ୍ରାସ ପାଇଛି। ତୈଳ କମ୍ପାନୀ ବ୍ୟବସାୟୀମାନେ ଅଣ ରିହାତି ଉପରେ ସିଲିଣ୍ଡର ପିଛା ୩୫.୫୦ଟଙ୍କା  ହ୍ରାସ କରିଥିବା ବେଳେ ରିହାତି ଉପରେ   ସିଲିଣ୍ଡର ପିଛା ୧.୭୪ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆଦର ୧ ଏପ୍ରିଲରୁ ଲାଗୁ ହୋଇଥିବା ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ) ୱେବସାଇଟ୍‌ରେ ଉଲ୍ଲେଖ ରହିଛି। ତେବେ ଏହି ସଂଶୋଧିତ ଦର ଅନୁଯାୟୀ, ଦିଲ୍ଲୀରେ ଅଣସବସିଡ୍‌ ବିଶିଷ୍ଟ  ୧୪.୨ କେଜି ଗ୍ୟାସର ମୂଲ୍ୟ  ୬୫୩.୫୦ ଟଙ୍କା ହୋଇଯାଇଛି।

ପୂର୍ବରୁ ଏହାର ମୂଲ୍ୟ 689 ଟଙ୍କା ଥିଲା।  ସେହିପରି ସବସିଡ୍‌ ବିଶିଷ୍ଟ ୧୪.୨ କେଜି ଗ୍ୟାସର ମୂଲ୍ୟ  ୪୯୧.୩୫ ଟଙ୍କା ହୋଇଥିବା ବେଳେ ପୂର୍ବରୁ  493.09 ଟଙ୍କା ଥିଲା।  ଦିଲ୍ଲୀରେ ୧୪ କେଜିର ଅଣ ରିହାତି ସିଲିଣ୍ଡର ଗ୍ୟାସ୍‌ ୬୫୩.୫୦ ଟଙ୍କାରେ ମିଳିବ। ଯାହା ପୂର୍ବରୁ ୬୮୯ ଟଙ୍କା ଥିଲା। ରିହାତି ଉପଭୋକ୍ତାଙ୍କୁ ଏହା ୪୯୧.୩୫ରେ ମିଳିବ।  ଯାହା ପୂର୍ବରୁ ୪୯୩.୦୯ ଥିଲା। କଲିକତାରେ ୧୪ କେଜିର ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଅଣ ରିହାତି ପାଇଁ ୬୭୬ ଟଙ୍କା , ମୁମ୍ବାଇରେ ୬୨୫ ଟଙ୍କା,  ଚେନ୍ନାଇରେ ୬୬୩.୫୦ ଟଙ୍କାରେ ଉପଲବ୍ଧ ହେବ।  ଅନ୍ୟପଟେ ତୈଳଦର ୩ ବର୍ଷରେ ସର୍ବୋଚ୍ଚସ୍ତରକୁ ଛୁଇଁଛି। ରବିବାର ପୁଣେରେ ଲିଟର ପ୍ରତି ପେଟ୍ରୋଲ ୮୧ ଟଙ୍କା ୫୪ ପଇସା ଓ ଡିଜେଲ୍‌ ୬୭ଟଙ୍କା ୭୧ ପଇସା ଦରରେ ବିକ୍ରି ହୋଇଛି। ଦିଲ୍ଲୀ, କଲିକତା,ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୧୦ରୁ ୧୨ ପଇସା ବୃଦ୍ଧି ପାଇଛି।