ହୁରିୟାତ୍ ନେତା ଗିଲାନୀ ଡାକ୍ତରଖାନାରେ ଭର୍ତ୍ତି

ଶ୍ରୀନଗର: ହୁରିୟାତ କନ୍‌ଫରେନ୍ସ ନେତା ସୟିଦ ଅଲ୍ଲି ଶାହ ଗିଲାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍‌କେଆଇଏମ୍‌ଏସ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି।

ଏହି ୮୭ ବର୍ଷୀୟ ବିଚ୍ଛିନ୍ନତାବାଦୀ ନେତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

ଶୀତ ଦିନେ ଗିଲାନୀ ଦିଲ୍ଲୀ ଚାଲି ଯାଆନ୍ତି। କିନ୍ତୁ ଏଥର ସେ କାଶ୍ମୀରରେ ରହିଥିଲେ।