ଇମ୍ରାନଙ୍କ ବୟାନକୁ କାଉଣ୍ଟର କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍‌ଲା ପଛରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ହାତ ଥିଲା। ହେଲେ ପୁଲୱାମା ହମ୍‌ଲା ପାଇଁ ପାକିସ୍ତାନ ଦାୟୀ ନୁହେଁ ବୋଲି ଗତକାଲି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୟାନ ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ଆଜି ଇମ୍ରାନ୍‌ଙ୍କ ବୟାନକୁ କାଉଣ୍ଟର କରିଛନ୍ତି, ଭାରତର ସ୍ଥଳ ସେନାମୁଖ୍ୟ ଜେନେରାଲ ବିପିନ ରାୱତ।

ପୁଲୱାମା ହମ୍‌ଲା ପଛରେ ପାକିସ୍ତାନର ହାତ ଥିବା ଅନେକ ପ୍ରମାଣ ଆମ ପାଖରେ ରହିଛି। ତେଣୁ କୌଣସି ମନ୍ତବ୍ୟ ଆମ ଉପରେ ପ୍ରଭାବ ପକାଇବ ନାହିଁ। ସତ କ’ଣ ସେକଥା ଆମକୁ ଓ ଆମ ପ୍ରତିଷ୍ଠାନକୁ ଜଣା ଅଛି। ଆମ ଗୁଇନ୍ଦା ସଂସ୍ଥା ପୁଲୱାମା ହମ୍‌ଲା ସମ୍ପର୍କରେ ଆମକୁ ଅନେକ ପ୍ରମାଣ ଦେଇଛନ୍ତି। ତେଣୁ ପାକିସ୍ତାନ ବିରୋଧରେ ଆଉ କୌଣସି ପ୍ରମାଣ ଦରକାର ନାହିଁ।”

ଗତକାଲି ଇମ୍ରାନ ଖାନ୍‌ କହିଥିଲେ, “ପୁଲୱାମା ହମ୍‌ଲା ପଛରେ ଜୈଶର ହାତ ରହିଛି। ହେଲେ ଏହି ଜୈଶ ସଂଗଠନ କଶ୍ମୀରରେ ମଧ୍ୟ ସକ୍ରିୟ ରହିଛି। ଭାରତୀୟ ସେନା ଜଣେ ବାଳକଙ୍କ ଉପରେ ଅତ୍ୟାଚାର କରିବାରୁ ସେ ସିଆରପିଏଫ୍‌ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଏହା ଭାରତ ଭିତରୁ ହିଁ ଘଟିଛି। ଏଥିରେ ପାକିସ୍ତାନର କୌଣସି ହାତନାହିଁ।”