ଜର୍ଜିଆର ରାସ୍ତାଘାଟରେ ବୁଲିଲେ ବାଘ,ଭାଲୁ,ସିଂହ

ଟିବିଲିସି: ଜର୍ଜିଆର ରାଜଧାନୀ ଟିବିଲିସିର ରାସ୍ତାଘାଟରେ ଆଜି ଦେଖିବାକୁ ମିଳିଥିଲା ବାଘ, ଭାଲୁ ଓ ସିଂହ। ଗୋଟିଏ ଜଳହସ୍ତୀକୁ ବି ଦେଖିବାକୁ ମିଳିଥିଲା। ଏହା ଫଳରେ ସାରା ସହରରେ ଚହଳ ପଡ଼ି ଯାଇଥିଲା। ତେବେ ଏହି ପ୍ରାଣୀ ମାନେ ଆସିଲେ କେଉଁଠାରୁ? କଥାଟା ଏମିତି। ଟିବିଲିସିର ଆସିଥିଲା ବନ୍ୟା। ବନ୍ୟା ଯୋଗୁ ଚିଡ଼ିଆଖାନା ବି ପ୍ରଭାବିତ ହୋଇଥିଲା। ଭାଙ୍ଗିରୁଜି ଯାଇଛି। ଆଉ ସେହି ମୌକାରେ ସେଠାରୁ ଖସି ଆସିଥିଲେ ଏହି ପ୍ରାଣୀ ଗୁଡ଼ିକ। ବନ୍ୟା ଯୋଗୁ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ରାସ୍ତାଘାଟରେ ଏହି ପ୍ରାଣୀମାନଙ୍କୁ ଦେଖିବା ପରେ ଲୋକେ ଆହୁରି ଭୟଭୀତ ହୋଇଯାଇଥିଲେ। ଜର୍ଜିଆ ପ୍ରଧାନମନ୍ତ୍ରୀ ଇରାକ୍ଲି ଗାରିବାସଭିଲି ରାଜଧାନୀ ଟିବିଲିସି ଅଧିବାସୀଙ୍କୁ ଘର ଭିତରେ ରହିବାକୁ ଅପିଲ କରିଥିଲେ।

tbilisifloods

ପୋଲିସ୍ ଓ ସେନାର ଯବାନମାନେ କିଛି ପ୍ରାଣୀଙ୍କୁ ଧରି ଥିଲେ ଓ ଆଉ କିଛି ବେକାବୁ ପ୍ରାଣୀଙ୍କୁ ଗୁଳି କରି ମାରିବାକୁ ବାଧ୍ୟ ହୋଇଥିଲେ। ଟିବିଲିସି ଚିଡିଆଖାନାର ମୁଖପାତ୍ର ମିଜିଆ ସାରାଶିଜେ କହିଛନ୍ତି ଯେ ୨୦ଟି ଭାଲୁ, ୮ଟି ସିଂହ, ଏକାଧିକ ବାଘ ଓ ବିଲୁଆଙ୍କୁ ପୋଲିସ୍ ଓ ସେନାର ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ବା ନିଖୋଜ ଅଛନ୍ତି। ୧୭ଟି ପେଙ୍ଗୁଇନ ମଧ୍ୟରୁ ତିନୋଟିକୁ ବଞ୍ଚା ଯାଇ ପାରିଛି।