କେହି ବସି ନ ଥିଲେ, ପବନ ବି ହେଉ ନଥିଲା,ତଥାପି ଝୁଲୁ ଥିଲା ଦୋଳି

ନୂଆଦିଲ୍ଲୀ: ଭୂତ,ପ୍ରେତ- ଏସବୁକୁ ଆପଣ ବିଶ୍ୱାସ କରୁ ନ ଥିବେ! କିନ୍ତୁ ବେଳେବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ଆମକୁ ଏସବୁ ବିଷୟରେ ବିଶ୍ୱାସ କରିବାକୁ ବାଧ୍ୟ କରେ! ଏବେ ଏମିତି ଏକ ଘଟଣାର ଭିଡିଓ ଭାଇରାଲ୍‌ ହୋଇଛି। ଏହାକୁ ଦେଖିଲେ ଆପଣଙ୍କ ମନକୁ ବି ଅନେକ ପ୍ରଶ୍ନ ଆସିପାରେ। ହୁଏତ ଆପଣଙ୍କ ପାଟିରୁ ବାହାରି ଆସିପାରେ‘ଭୂତ’ ନା କ’ଣ? ଏବେ ଆସନ୍ତୁ ଜାଣିବା ଭିଡିଓଟିରେ କ’ଣ ଅଛି।

ହଠାତ୍‌ ପାର୍କରେ ଦୋଳି ମନକୁ ମନ ଝୁଲିବାରେ ଲାଗିଲା। ନା କୌଣସି ପବନ ନା ଝଡ଼ ତୋଫାନ। ତଥାପି ଦୋଳିଟି ଝୁଲୁଛି। ପ୍ରଥମେ ପ୍ରଥମେ ଦୋଳିଟି ଦ୍ରୁତ ଗତିରେ ଆଗପଛ ହୋଇ ଝୁଲୁଛି। ତା’ ପରେ କିଛି ସମୟ ଦୋଳିଟି ରହିଯିବା ପରେ ଆଗକୁ ପଛକୁ ନ ଝୁଲି ବାମରୁ ଡ଼ାହାଣକୁ ଝୁଲୁଛି। ଡର ଲାଗୁଥିଲେ ବି ପାର୍କରେ ଉପସ୍ଥିତ କିଛି ପିଲା ଏହାକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିଲେ।

jhoola

ସୋସିଆଲ୍‌ ମିଡିଆରେ ‘ଭୂତର ଦୋଳି’ ନାମରେ ଏହି ଭିଡିଓ ଭାଇରାଲ୍‌ ହୋଇଛି। ଗୋଟିଏ ଦୋଳି ସ୍ଥିର ଥିଲା ଅନ୍ୟଟି ଦ୍ରୁତ ଗତିରେ ଝୁଲିବାରେ ଲାଗିଥିଲା। ଦୋଳିରେ କେହି ବସି ନ ଥିଲେ। ତେବେ କ’ଣ ଦୋଳିରେ କୌଣସି ଭୂତ ବସିଥିଲା?

Aamir

ଏହି ଭିଡିଓଟି ମୁମ୍ବାଇର ରାଜାବାଡ଼ି ହସ୍ପିଟାଲ୍‌ରେ ଥିବା ବଗିଚାର ବୋଲି କୁହାଯାଉଥିଲା। ମାତ୍ର ଯାଞ୍ଚ ପରେ ଏହି ଭିଡିଓଟି ମୁମ୍ବାଇ ନୁହେଁ ଦିଲ୍ଲୀର ଏକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ପାର୍କ ବି ମିଳିଛି ଏବଂ ଭିଡିଓ ବନାଇଥିବା ପିଲା ମଧ୍ୟ ମିଳିଛନ୍ତି। ଅମୀର ନାମକ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଅମୀରଙ୍କ କହିବା ଅନୁସାରେ ପାର୍କରେ ଦୋଳିଟି ମନକୁ ଝୁଲିବାରେ ଲାଗିଥିଲା। ସେ ଓ ତାଙ୍କ ସାଙ୍ଗମାନେ ଭୟଭୀତ ହୋଇ ଯାଇଥିଲେ ହେଁ କ୍ୟାମେରାରେ ଏହାକୁ କଏଦ୍‌ କରିଥିଲେ।

ଏହି ଭିଡିଓରେ କୌଣସି ଜିନିଷ ସଫା ଦେଖା ଯାଉ ନ ଥିବାରୁ ଏ ପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ। ସେଠାରେ ଖେଳୁଥିବା ପିଲା ଏହାକୁ ଭୂତ କହୁଥିବା ବେଳେ ପଡ଼ୋଶୀମାନେ ଏହାକୁ ପିଲାଙ୍କର ଦୁଷ୍ଟାମି ବୋଲି କହୁଛନ୍ତି।

 

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More