ମାଆ ମୁଁ ମରିନି…! ଅନ୍ତିମ ସଂସ୍କାରର ୪ଦିନ ପରେ ଘରେ ପହଞ୍ଚିଲା ଝିଅ, କିଏ ଜଳିଥିଲା ଜୁଇରେ?

ମହାସମୁନ୍ଦ: ଅନ୍ତିମ ସଂସ୍କାରର ୪ଦିନ ପରେ ଘରେ ପହଞ୍ଚିଲେ ନାବାଳିକା। ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାର ପୁରେସୋବେ ଠାରେ ଘଟିଛି ଏହି ଘଟଣା। ଏଭଳି ଘଟଣା ଘଟିଛି ଯାହା ପରିବାର ଲୋକଙ୍କ ପାଇଁ ଏକ ଚମତ୍କାର ଠାରୁ କମ୍‌ ନୁହେଁ। ଘରୁ କେଉଁଆଡେ ଚାଲିଯାଇଥିବା ଏହି ନାବାଳିକାର କୌଣସି ଖବର ନ ମିଳିବାରୁ ପୋଲିସ୍‌ରେ ଅଭିଯୋଗ କରିଥିଲେ ଘର ଲୋକେ। ଏହାପରେ ହଠାତ୍‌ ୧୯ ମେ’ରେ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଶରୀର ଏତେ ଜଳିଯାଇଥିଲା ଯେ ଚିହ୍ନିବା ମୁସ୍କିଲ୍‌ ହୋଇଯାଇଥିଲା। ଫଳରେ ଏହି ପରିବାର ନିଜର ହଜି ଯାଇଥିବା ଝିଅ ଭାବି ତାର ଅନ୍ତିମ ସଂସ୍କାର କରିଦେଇଥିଲେ।

ଘଟଣାର ୪ଦିନ ପରେ ୨୩ ତାରିଖ ଦିନ ହଠାତ୍‌ ଏହି ନାବାଳିକା ଜଣକ ପ୍ରାଣ ହରାଇ ନ ଥିବା ଖବର ଆସିଥିଲା। ପୋଲିସ୍‌ କହିବା ଅନୁସାରେ ନାବାଳିକା ଜଣକ ଘରୁ ଚାଲିଯାଇ ସହରରେ ଏକ ଦୋକାନରେ କାମ କରୁଥିଲେ। ଯେତେବେଳେ ସେ ମିଡିଆରୁ ଜାଣିବାକୁ ପାଇଲେ ଯେ ତାଙ୍କ ଘର ଲୋକ ତାଙ୍କ ଅନ୍ତିମ ସଂସ୍କାର କରିଦେଇଛନ୍ତି ସେତେବେଳେ ସେ ପୋଲିସର ସହାୟତା ନେଇ ଘରେ ପହଞ୍ଚିଥିଲେ।