ଝିଅଙ୍କ ପାଇଁ ମହଙ୍ଗା ପଡ଼ିବ ମୋବାଇଲ୍‌; ଗପିଲେ ଗଣିବେ ଜୋରିମାନା

ଲକ୍ଷ୍ନୌ: ଝିଅ ଫୋନ୍‌ରେ ଗଣିବେ ତଣ୍ଡ। ତେବେ ୨୧ହଜାର ଟଙ୍କା ଜୋରିମାନା । ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ମାଦୋରା ଗାଁର ପଞ୍ଚାୟତ କରିଛି ଏଭଳି ଅଜବ ନିୟମ। ମହିଳାଙ୍କ ଉପରେ ବଢୁଥିବା ଅପରାଧ ନିୟନ୍ତ୍ରଣ ପାଇଁ କରାଯାଇଛି ଏଭଳି ନିୟମ। ଏହି ନିୟମ ଅନୁସାରେ ଝିଅମାନେ ରାସ୍ତାରେ ଚାଲି ଚାଲି ଗଲା ବେଳେ ମୋବାଇଲ୍ ଫୋନ୍‌ରେ କଥାବାର୍ତ୍ତା କରିପାରିବେ ନାହିଁ।  ନିୟମ ନ ମାନିଲେ ୨୧ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହାସହ ନିୟମ ଉଲ୍ଲଂଘନକାରୀଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ, ସେନେଇ ପଞ୍ଚାୟତ ବୈଠକରେ ପରେ ନିଷ୍ପତ୍ତି ହେବ।