ଚିକିତ୍ସା ସାରି ଘରକୁ ଫେରିଲେ ମନୋହର ପାରିକର

ନୂଆଦିଲ୍ଲୀ: ଆମେରିକାରୁ ଚିକିତ୍ସା କରିବା ପରେ ଘରକୁ ଫେରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଅଗ୍ନାସୟ ସମସ୍ୟା ଯୋଗୁଁ ଚିକିତ୍ସିତ ହେବାକୁ ସେ ଆମେରିକା ଯାଇଥିଲେ। ନ୍ୟୁୟର୍କର ଏକ ଡାକ୍ତରଖାନାରେ ସେ  ମାର୍ଚ୍ଚ ମାସରୁ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଘରକୁ ଫେରି ଭଲ ଲାଗୁଛି ବୋଲି କହିଛନ୍ତି ମନୋହର ପାରିକର। ଏହା ଆଗରୁ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲ ଓ ଗୋଆର ମେଡିକାଲ କଲେଜରେ ମଧ୍ୟ ଭର୍ତ୍ତି ହୋଇଥିଲେ। ଉନ୍ନତମାନର ଚିକିତ୍ସା ଲାଗି ତାଙ୍କୁ ଆମେରିକା ଯିବାକୁ ପଡ଼ିଥିଲା। ତାଙ୍କ ଅନୁପସ୍ଥିତିରେ ରାଜ୍ୟ ଦାୟିତ୍ୱ ତୁଲାଇବା ପାଇଁ ଏକ କ୍ୟାବିନେଟ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା।