ଗୋଆରେ ବିଜେପି ଗଢିବ ସରକାର, ମୁଖ୍ୟମନ୍ତ୍ରୀ ହେବେ ପାରିକର

ଗୋଆ:ମନୋହର ପାରିକର ହେବେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ପାରିକର ଏନେଇ ତାଙ୍କ ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ଗୋଆରେ ସରକାର ଗଢିବାକୁ ବିଜେପି ଉଦ୍ୟମ ସଫଳ ହେବାକୁ ଯାଉଛି। ୟୁପି, ଉତ୍ତରାଖଣ୍ଡ ପରେ ଗୋଆରେ ବି ବିଜେପି ସରକାର ଗଢିବାକୁ ଯାଉଛି।

ଗୋଆରେ ମ୍ୟାଜିକ ନମ୍ବର ୨୧ ହୋଇଥିବା ବେଳେ କାହାରିଙ୍କୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା। ଏଠାରେ କଂଗ୍ରେସକୁ ୧୭ ଓ ବିଜେପିକୁ ୧୩ଟି ସିଟ୍‌ ମିଳିଥିବା ବେଳେ ଗୋଆ ଫରୱାର୍ଡ୍‌ ପାର୍ଟି-୩, ମହାରାଷ୍ଟ୍ରବାଦୀ ଗୋମାନ୍‌ତକ୍‌-୩, ଏନ୍‌ସିପି-୧ ଓ ସ୍ୱାଧୀନକୁ ୩ଟି ସିଟ୍ ମିଳିଛି। ଫଳରେ ମହାରାଷ୍ଟ୍ରବାଦୀ ଗୋମାନ୍‌ତକ୍‌ ଦଳ, ଫରୱାର୍ଡ୍‌ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିବାକୁ ଯାଉଛି। ପାରିକର ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲ ଏହି ଦଳର ନିବ ନିର୍ବାଚିତ ବିଧାୟକମାନେ ବିଜେପିକୁ ସମର୍ଥିତ କରିବେ ବୋଲି ପୂର୍ବରୁ ସର୍ତ୍ତ ରଖିଥିଲେ। ଯାହା ବିଜେପି ମାନି ନେଇଛି।