ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ପାରିକର

ନୂଆଦିଲ୍ଲୀ: ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପୂର୍ବତନ ରକ୍ଷାମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନୋହର ପାରିକର ଆଜି ଶପଥ ନେଇଛନ୍ତି। ଆସନ୍ତା ୧୬ ତାରିଖରେ ପାରିକର ଗୋଆ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ପାରିକର ତୃତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ବିଜେପି ସପକ୍ଷରେ ରାୟ ଦେବା ସହ ବିଧାନସଭାରେ ବହୁମତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୭ ଓ ଅନ୍ୟମାନେ ୧୦ଟି ଜିତିଥିଲେ।