ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେଉଥିବା ନେଇ ସୂଚନା ମିଳିଛି। ଏନେଇ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳିତ ଟ୍ୱିଟର ହ୍ୟାଣ୍ଡଲରରୁ କୁହାଯାଇଛି ଡାକ୍ତରମାନେ ଯଥାସାଧ୍ୟ ଚେଷ୍ଟା ଚଲାଇଛନ୍ତି।

ଏହି ଟ୍ୱିଟ୍ ସେହି ସମୟରେ ଆସିଛି ଯେତେବେଳେ ଗୋଆରେ କ୍ଷମତା ଦଖଲକୁ ନେଇ ସଂକଟଜନକସ୍ଥିତି ଉପୁଜିଛି। କଂଗ୍ରେସ ଗୋଆରେ ସରକାର କରିବ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରି ସାରିଛି।

ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା, ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହା ପରେ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସନ୍ଦେହ କରାଯାଉଛି।

ଗତବର୍ଷ ଫେବୃଆରୀ ପରଠାରୁ ପାରିକର ପାନ୍‌କ୍ରିଆଟିକ୍‌ ଜନିତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। କିନ୍ତୁ ଯୋଗ୍ୟ ବିକଳ୍ପ କେହି ନଥିବାରୁ ସେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିନାହାନ୍ତି।