ଗୋଆ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବହିଷ୍କାର ପ୍ରତିବାଦରେ ଦଳ ଛାଡ଼ିବାକୁ ୩୦୦ ସ୍ୱଂୟସେବକଙ୍କ ଧମକ

ପାଣାଜୀ: ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ସୁବାସ ଭେଲିଙ୍ଗକରଙ୍କୁ ବହିଷ୍କାର କରାଯିବା ପରେ ଜାତୀୟ ରାଜନୀତି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩୦୦ରୁ ଅଧିକ ସଂଘ କର୍ମକର୍ତ୍ତା ସାମୂହିକ ଭାବେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ସଭାପତି ଗୋଆ ଗସ୍ତରେ ଥିବା ବେଳେ କିଛି ପ୍ରସଙ୍ଗକୁ ନେଇ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହାପରେ ଗତକାଲି ସୁବାସଙ୍କୁ ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ବହିଷ୍କୃତ କରାଯାଇଥିଲା।

ସଂଘ କହିଛି ଯେ ସୁବାସ ସଂଘର କାର୍ଯ୍ୟକୁ ଛାଡି ରାଜନୈତିକ କାର୍ଯ୍ୟକଳାପରେ ବେଶୀ ଧ୍ୟାନ ଦେଉଛନ୍ତି। ତେଣୁ ତାଙ୍କୁ ଏହି ପଦବୀରୁ ବହିଷ୍କାର କରାଯାଇଛି।

ସଂଘର ପରିବୀନ୍ ନେସ୍‌ଭେଙ୍କର କହିଛନ୍ତି,“ଆମେ ଚାହୁଁଛୁ ସୁବାସଙ୍କୁ ପୁଣି ଥର ତାଙ୍କ ପଦବୀରେ ଅବସ୍ଥାପିତ କରାଯାଉ। ନଚେତ ୩୦୦ ସ୍ୱଂୟସେବକ ଦଳ ଛାଡିବେ।”