ସେୟାର ବଜାରରେ ଘାଟା, ସୁନା ଦର ରେକର୍ଡ଼ସ୍ତର ଛୁଇଁଲା  

ନୂଆଦିଲ୍ଲୀ : ହୁ ହୁ ହୋଇ  ବଢୁଛି ସୁନା ଦର। ସେୟାର ବଜାରର ମାନ୍ଦାବସ୍ତାର ପ୍ରଭାବ ସୁନା ଉପରେ ପଡ଼ିଛି। ୧୪ ମାସରେ  ସର୍ବାଧିକସ୍ତରରେ ପହଞ୍ଚିଛି ସୁନା ଦର। ଗୁରୁବାର  ୧୦ ଗ୍ରାମ ସୁନା ପ୍ରତି ଭରି ୩୧, ୪୫୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦର ୧୧୦୦ ଟଙ୍କା ବୃଦ୍ଧି ପାଇ ଲଗାତାର କିଲୋ ପ୍ରତି ୪୧୦୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ  ଭଲ କାରବାର ଜାରି ରହିଥିବାବେଳେ ଡଲାର ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ  ସିଙ୍ଗାପୁରରେ ସୁନା ଦର ୦.୪୩ ପ୍ରତିଶତ ବୃଦ୍ଧି ପାଇ  ୧୪ ମାସରେ ୧୦ ଗ୍ରାମ ପିଛା ସର୍ବୋଚ୍ଚ ୧,୩୬୩.୬୦ ଡଲାରରେ ପହଞ୍ଚିଛି। ରୁପା ଦର ୦.୨୯ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନସ ପିଛା ୧୭.୫୮ ଡ଼ଲାରରେ ପହଞ୍ଚିଛି । ସେହିପରି ସ୍ଥାନୀୟ ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ସୁଦ୍ଧ ସୁନା ଦର   ୩୫୦ ଟଙ୍କାକୁ ବୃଦ୍ଧି ପାଇଛି । ୯୯.୯ ପ୍ରତିଶତ ସୁଦ୍ଧ ସୁନା ଦର ୧୦ ଗ୍ରାମ ପିଛା ୩୧,୪୫୦ ଟଙ୍କା ଏବଂ ୯୯.୫ ପ୍ରତିଶତ ସୁଦ୍ଧ ସୁନା ଦର ୧୦ ଗ୍ରାମ ପିଛା ୩୧,୩୦୦ ଟଙ୍କାକୁ ଛୁଇଁଛି।