ନୂତନଙ୍କ ଜନ୍ମଦିନ ସେଲିବ୍ରେଟ୍‌ କରୁଛି ଗୁଗଲ୍

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ନୂତନଙ୍କର ଆଜି ୮୧ ତମ ଜନ୍ମ ଦିନ। ଏହି ଅବସରରେ ଗୁଗଲ୍‌ ତାର ଡୁଡଲ୍‌ରେ ନୂତନଙ୍କର ୪ଟି ରେଖାଚିତ୍ରକୁ ସ୍ଥାନ ଦେଇ ଜନ୍ମ ଦିନକୁ ସ୍ମରଣୀୟ କରି ଦେଇଛି।

ନୂତନଙ୍କ ଖୁସି, ଦୁଃଖ  ଓ ତାଙ୍କ ନାଟକ ବାଜିକୁ ଗୁଗଲ୍‌ ତାର ଇଣ୍ଡିଆ ପୃଷ୍ଠାରେ ସ୍ଥାନ ଦେଇଛି। ମାଉସ୍‌ରେ ଏହାକୁ କ୍ଲିକ୍ କରିବା ମାତ୍ରେ ଗୁଗଲ ଆପଣଙ୍କୁ ନୂତନଙ୍କ ସହ ଜଡିତ ଅନେକ ଲିଙ୍କସ୍‌କୁ ନେଇଯିବ। ଯାହାଦ୍ୱରା ଆପଣଙ୍କ ତାଙ୍କ ୱିକିପିଡିଆଠୁ ନେଇ ତାଙ୍କ ସମ୍ୱନ୍ଧୀୟ ଖବର ଓ ଫଟୋ ଦେଖି ପାରିବେ।

୧୯୩୬ ଜୁନ୍‌ ୪ ତାରିଖରେ ଜନ୍ମ ହୋଇଥିବା ଏହି ମହାନ୍ ଅଭିନେତ୍ରୀଙ୍କର ୧୯୯୧ ଫେବୃଆରୀ ୨୧ରେ ପରଲୋକ ହୋଇଥିଲା।