ଗୁଗୁଲ୍‌ ଜାଲରେ ପଡିଗଲେ ହାଇପ୍ରୋଫାଇଲ୍‌ ବାପପୁଅ: ଦୁଷ୍କର୍ମ ଅଭିଯୋଗରେ ଖୋଜୁଥିଲା ପୋଲିସ୍‌

ଡେରାଡୁନ:  ସାଧାରଣତଃ କିଛି ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ୍ଚ କରିଥାଉ। କିନ୍ତୁ ଏବେ ପୋଲିସର କାମ କରୁଛି ଗୁଗୁଲ। ଆଜ୍ଞା ହଁ ଗୁଗୁଲର ସହଯୋଗରେ ପୋଲିସ ଧରିଛି ଅପରାଧୀକୁ। ତାହା ପୁଣି ଭାରତରେ। ଏହିପରି ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଗୁଗୁଲ ସହଯୋଗରେ ଅପରାଧୀ ଯାଇଛି ଜେଲ ହାଜତ ଭିତରକୁ।

ପଢନ୍ତୁ ପୁରା କାହାଣୀ

ଉତ୍ତରାଖଣ୍ଡର ରାଜରାସ୍ତାରେ ଅଡ଼ି କାରରେ ବୁଲୁଥିଲେ ଅବସରପ୍ରାପ୍ତ IAS ଅଫିସର କ୍ରିଷ୍ନା ବିହାରୀ ପ୍ରସାଦ ଓ ପୁଅ ନିଖିଲ ପ୍ରସାଦ। ଗାଡ଼ିର ବେଗ କିନ୍ତୁ ସମାନଙ୍କୁ ଟାଣି ନେଉଥିଲା ଜେଲର ହାଜତ ଆଡ଼କୁ। ଉତ୍ତରାଖଣ୍ଡରେ ହରିୟାଣା ନମ୍ବର ଗାଡିକୁ ଦେଖି ପୋଲିସ ଧରିଥିଲା ଏହି ବାପ ଓ ପୁଅଙ୍କୁ। ପୋଲିସକୁ ଦେଖି ନର୍ଭସ ହୋଇ ଯାଇଥିଲେ ବାପା ଓ ପୁଅ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି, ଜେରା କରୁ କରୁ ବାପା ଓ ପୁଅଙ୍କ ଅସଲି ଚେହେରା ଆସିଥିଲା ପଦାକୁ। ଇଣ୍ଟରେନଟରେ ସର୍ଚ୍ଚ ମାରି ପୋଲିସ ଜାଣିଥିଲା ଏମାନଙ୍କ ଅସଲ ପରିଚୟ। ବାପ ଓ ପୁଅ ଦୁହେଁ ଥିଲେ ବିହାରର ଫେରାର ଅପରାଧୀ। ବିହାରର ହାଇ ପ୍ରୋଫାଇଲ ରେପ୍‌ କେସ୍‌ର ବାପ ଓ ପୁଅ ଥିଲେ ମୁଖ୍ୟ ସୁତ୍ରଧର। ଗିରଫ ହେବା ପୂର୍ବରୁ ପାଟନା ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଇଥିଲେ ବାପା ଓ ପୁଅ। କିନ୍ତୁ ଆଇନର ଲମ୍ବା ହାତ ଭିତରକୁ ଟାଣି ହୋଇ ଆସିଥିଲେ ଦୁଇ ଅଭିଯୁକ୍ତ।

Courtesy- The Hindu