ଗୋରା ହେବାକୁ କ୍ରିମ୍ ବିକୁ ଥିବା କମ୍ପାନୀ ଲୋକଙ୍କୁ ଭୁଆଁ ବନାଉଛନ୍ତି: ରାମଦେବ

ମୁମ୍ବାଇ: ଗୋରା ହେବା ପାଇଁ କ୍ରିମ୍ ବିକ୍ରି କରୁଥିବା ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଉପରେ ବର୍ଷିଛନ୍ତି ଯୋଗଗୁରୁ ବାବା ରାମଦେବ। ସେ କହିଛନ୍ତି, କଳା ଲୋକଙ୍କୁ ଗୋରା କରିବା ନେଇ କ୍ରିମ୍ ବିକ୍ରି କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଲୋକଙ୍କୁ ଠକୁଛନ୍ତି। ସେମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। କାରଣ ସୁନ୍ଦରୀ ଝିଅମାନେ ହିଁ ସେମାନଙ୍କ କ୍ରିମର ବିଜ୍ଞାପନ କରୁଛନ୍ତି। ସେମାନେ କ୍ରିମ୍ ଲଗାଇକି କଳାରୁ ଗୋରା ହୋଇ ନାହାନ୍ତି।

ରାମଦେବ କହିଛନ୍ତି, ମୁଁ ସାରା ବିଶ୍ୱରେ ଖୋଜିଛି କିନ୍ତୁ କ୍ରିମ୍ ଲଗାଇ କଳାରୁ ଗୋରା ହୋଇଥିବା ଝିଅଟିଏ ପାଇନାହିଁ। ସବୁଠୁ ରୋଚକର ବିଷୟ ହେଉଛି ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ସମୂହ ମଧ୍ୟ ବିଉଟୀ କ୍ରିମ୍ ବିକ୍ରି କରୁଛି।