ବିଜ୍ଞାପନରେ ଭୁଲ ସୂଚନା ଦେଲେ ମିଳିବ କଡ଼ା ଦଣ୍ଡ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଜ୍ଞାପନରେ ଭୁଲ ସୂଚନା ଦେଲେ କଡ଼ା ଦଣ୍ଡ ମିଳିବ। ଏହି ସତର୍କବାଣୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୂର୍ବ, ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକୁ ନେଇ ଖାଉଟିଙ୍କ ସୁରକ୍ଷା ସଂପର୍କିତ ଏକ ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରି ମୋଦି କହିଛନ୍ତି, ଖାଉଟିଙ୍କ ହିତ ପାଇଁ ଏକ ନୂଆ ଆଇନ ପ୍ରଣୟନ । ନ୍ୟୁ ଇଣ୍ଡିଆରେ ଏହାକୁ ଦିଆଯିବ ପ୍ରାଥମିକତା।  ଗ୍ରାହକଙ୍କ ସୁରକ୍ଷା ଲାଗି ଗଠନ କରାଯିବ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ। ମାମଲାଗୁଡ଼ିକର ଶୀଘ୍ର ଫଇସଲା ଲାଗି ଏହି ସଂସ୍ଥାକୁ କ୍ଷମତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୋଦି।