ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

କାଶ୍ମୀର: ପାକିସ୍ତାନ ସେନା ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁ-କାଶ୍ମୀର ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ନାଁ ବିକାଶ ଗୁରୁଙ୍ଗ। ସେହିପରି ଆର୍ଣ୍ଣିଆ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି।

ଆଜି ଭୋର ୪ଟାରୁ ଭାରତୀୟ ପୋଷ୍ଟ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛି ପାକିସ୍ତାନ। ବିଏସଏଫ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା। ସେପଟେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତିର ଅବଧି ବଢାଯିବ କି ନାହିଁ ସେନେଇ ଆସନ୍ତକାଲି ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି। ରମଜାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଓ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ବୃଦ୍ଧି ପାଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More