୬୬ଟି ସାମଗ୍ରୀ ଉପରୁ କମିଲା ଜିଏସ୍‌ଟି

ନୂଆଦିଲ୍ଲୀ: ୬୬ଟି ସାମଗ୍ରୀ ଉପରୁ ଜିଏସଟି କମିଛି। ଏସବୁ ସାମଗ୍ରୀ ମଧ୍ୟରେ ରହିଛି ଡାଇବେଟିସ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଇନସୁଲିନ। ଏହି ଔଷଧ ଉପରେ ଜିଏସ୍‌ଟିକଚ ୧୨ରୁ କମାଇ ୫ ପ୍ରତିଶତ କରାଯାଇଛି। ସ୍କୁଲ ବ୍ୟାଗ ଉପରେ ଜିଏସଟି ୨୮ରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ସେହିପରି କମ୍ପ୍ୟୁଟର ପ୍ରିଣ୍ଟର୍ସ ଉପରେ ଟିକସକୁ ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳ ଓ ଆଚାର ଭଳି ପ୍ୟାକିଂ ଖାଦ୍ୟ ସାମଗ୍ରୀ ଉପରେ ଟିକସକୁ ୧୮ରୁ ୧୨ ପ୍ରତିଶତ କରାଯାଇଛି। ପ୍ଲାଷ୍ଟିସ୍ ସାମଗ୍ରୀ ଓ ତାର୍ପୋଲିନ୍ ଉପରେ ମଧ୍ୟ ଟିକସ ହାର ୨୮ରୁ ୧୮ ପ୍ରତିଶତକୁ କମାଯାଇଛି।

ଅଗରବତୀ ଉପରେ ଏଣିକି ୧୨ ବଦଳରେ ୫ ପ୍ରତିଶତ ଟିକସ ଲାଗିବ। କାଜୁ ଉପରେ ମଧ୍ୟ ଜିଏସ୍‌ଟିକୁ ୧୨ରୁ ୫ ପ୍ରତିଶତକୁ କମାଯାଇଛି।

୧୧୩ଟି ସାମଗ୍ରୀ ଉପରୁ ଜିଏସଟି ହ୍ରାସ ଲାଗି ପ୍ରସ୍ତାବ ଆସିଥିବାବେଳେ ୬୬ଟିରୁ ଟିକସ କମାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ସାନି ନିଷ୍ପତ୍ତି ଅନୁସାରେ ମନୋରଞ୍ଜନ କ୍ଷେତ୍ର ପାଇଁ ଦୁଇ ପ୍ରକାର ଶୁଳ୍କ ବ୍ୟବସ୍ଥା ରହିବ। ରାଜ୍ୟ ସରକାର ଚାହିଁଲେ ଫିଲ୍ମ କ୍ଷେତ୍ରରେ ରାଜ୍ୟ ଜିଏସଟିକୁ ଛା଼ଡ଼ କରିପାରିବେ। ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଟିକେଟ ଉପରେ ୨୮ ପ୍ରତିଶତ ଜିଏସଟି ଲାଗିବ। ଟିକେଟ୍  ମୂଲ୍ୟ ୧୦୦ ଟଙ୍କାରୁ କମ୍ ହେଲେ ଜିଏସଟି ହାର ୧୮ ପ୍ରତିଶତ ହେବ। ଜିଏସଟି ଜୁଲାଇ ପହିଲାରୁ ଲାଗୁ ହେବାକୁ ଥିବା ବେଳେ ଲଟେରୀ ଓ ଇ-ୱେ ବିଲ୍‌ ଉପରେ ଶୁଳ୍କ ଧାର୍ଯ୍ୟ ପାଇଁ ଆସନ୍ତା ୧୮ ତାରିଖରେ ଜିଏସଟି କାଉନସିଲର ପରବର୍ତ୍ତି ବୈଠକ ବସୁଛି।