ସୁନାରେ ଲାଗିବ ୩ ପ୍ରତିଶତ ଜିଏସଟି

ଭୁବନେଶ୍ୱର:ସୁନାରେ ଲାଗିବ ୩ ପ୍ରତିଶତ ଜିଏସଟି। ପୂର୍ବରୁ ସୁନା ଉପରରେ ୨ରୁ ୬ ପ୍ରତିଶତ ଟିକସ ଲାଗୁଥିଲା। ସେହିପରି ପୋଷାକରେ ୧୨ ଓ ବିସ୍କୁଟ୍ ଉପରେ ୧୮ ପ୍ରତିଶତ ଟିକସ ଲାଗିବ। ଆଜି ବସିଥିବା ଜିଏସଟି କାଉସିଲ୍ ବୈଠକରେ ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର ନିର୍ଦ୍ଧାରଣ କରାଯାଇଛି। ସେହିପରି ଜୁଲାଇ ପହିଲାରୁ ଜିଏସଟି ଲାଗୁ ପାଇଁ ସବୁ ରାଜ୍ୟ ସହମତି ପ୍ରଦାନ କରିଛନ୍ତି ।

କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏହି ସୂଚନା ଦେଇଛନ୍ତି।  ତେବେ ଜିଏସ୍‌ଟିକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଗ୍ରହଣ କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଦିନ ତଳେ କହିଥିଲେ ।

ତେବେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍  ମିତ୍ର ଆଜିର ବୈଠକରେ ଯୋଗ ଦେଇଥିଲେ। ସେପଟେ ଜିଏସଟି ରୁଲ୍ସ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକୁ ମଧ୍ୟ ଆଜିର ବୈଠକରେ ଅନୁମୋଦନ ମିଳିଛି। ଗତ ମାସରେ ବସିଥିବା ବୈଠକରେ ୧୨ଶହ ସାମଗ୍ରୀ ଓ ୫ଶହ ସେବା କ୍ଷେତ୍ରକୁ ଜିଏସଟି ପରିସରରୁ ଆଣିବାକୁ ସ୍ଥିର  ହୋଇଥିଲା। ସେହିପରି ଟିକସ ପରିମାଣ ଯଥାକ୍ରମେ ୫, ୧୨, ୧୮ ଓ ୨୮ ପ୍ରତିଶତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।