ଯୋଗୀଙ୍କ ଜିଏସଟି ପାସ୍‌: ଆଣିବ ଆର୍ଥିକ ସୁଧାର

ଲକ୍ଷ୍ନୌ:ଉତ୍ତରପ୍ରଦେଶ ବିଧାନସଭାରେ ପାରିତ ହୋଇଯାଇଛି ଜିଏସଟି ବିଲ୍‌। ବିଧାନସଭାରେ ଭୟସ ଭୋଟ ମାଧ୍ୟମରେ ସର୍ବସମ୍ମତି ଦ୍ୱାରା ଏହା ଆଜି ପାରିତ ହୋଇଛି। ଜିଏସଟି ବିଲ ପାସ୍‌ ହେବା ପରେ ଏହାକୁ କ୍ରାନ୍ତିକାରୀ ପଦକ୍ଷପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ଉଭୟ ବେବସାୟୀ ଓ ଗ୍ରାହକଙ୍କ ପାଇଁ ଲାଭପ୍ରଦ ହେବ ବୋଲି ସେ କହିଛନ୍ତି। ଦେଶ ତଥା ରାଜ୍ୟରେ ଆର୍ଥିକ ସୁଧାର ପାଇଁ  ଏହା କାର୍ଯ୍ୟକରିବ ବୋଲି ଯୋଗୀ କହିଛନ୍ତି। ମୋଦି ସରକାରଙ୍କ ଏହି ଯୋଜନା ସଂସଦରେ ପାସ ହୋଇ ସାରିଛି।