ଜିଏସଟି ସଂସ୍କାର : ଏଥର କେଉଁ ସାମଗ୍ରୀ ଶସ୍ତା ହେଲା ଜାଣନ୍ତୁ  

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟି ବ୍ୟବସ୍ଥାରେ ଗତକାଲି କେତେକ ସଂଶୋଧନ କରିଛନ୍ତି। ମୋଟ ୨୭ଟି ସାମଗ୍ରୀ ଉପରେ GST କମିବା ନେଇ ଜେଟଲି ସୂଚନା ଦେଇଛନ୍ତି। ସେହିପରି କ୍ଷ୍ୟୁଦ୍ର ବ୍ୟବସାୟୀଙ୍କ ପାଇଁ କେତେକ ସୁବିଧା କରାଯାଇଛି।

ଯେଉଁ ବ୍ୟବସାୟୀମାନଙ୍କର  କାରବାର ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନେ ଏଣିକି ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବେ।

ଏଥିସହ ରପ୍ତାନୀକାରୀଙ୍କ ପାଇଁ ୨୦୧୮ ଏପ୍ରିଲ ସୁଦ୍ଧା ଇ-ଓ୍ବାଲେଟ୍ ବ୍ୟବସ୍ଥା ମଧ୍ୟ କରାଯିବ।

ରପ୍ତାନୀ ଉପରେ ମାତ୍ର ୦.୧% ଟିକସ ଲାଗିବ। ସେହିପରି କ୍ଷ୍ୟୁଦ୍ର ବ୍ୟବସାୟୀଙ୍କ ପାଇଁ କମ୍ପୋଜିସନ୍ ସ୍କିମ୍ କୋହଳ କରାଯାଇଛି। ଯେଉଁଥିରେ ଟ୍ରେଡିଂ ୧%, ମାନ୍ୟୁଫାକ୍ଚର ୨%, ରେଷ୍ଟୁରାଣ୍ଟ ୫% ଟିକସ ଦେବାକୁ ପଡିବ। କିଛି ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଟିକସ କମେଇ ଦିଆଯାଇଛି। ଡିଜେଲ ଇଞ୍ଜିନ୍ ସାମଗ୍ରୀ ଉପରେ GST ୨୮%ରୁ ୧୮%କୁ ହ୍ରାସ କରାଯାଇଛି। ନନ୍‌ବ୍ରାଣ୍ଡ ନମକିନ୍ ଉପରେ GST ୧୨%ରୁ ୫%କୁ କମାଯାଇଛି। ହାତବୁଣା ସାମଗ୍ରୀ ଉପରେ ମଧ୍ୟ GST ୫%କୁ ହ୍ରାସ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଶସ୍ତା ହେଲା।

12 ରୁ 5 ପ୍ରତିଶତକୁ ଖସିଥିବା ସାମଗ୍ରୀ

1.ନମକିନ୍

2.ଆୟୁର୍ବେଦିକ

3.ୟୁନାନି

4.ଗୋଖାଦ୍ୟ

5.ହୋମିଓପାଥି ଔଷଧ

  1. ୱେଷ୍ଟ ପେପର
  2. ରିୟଲ ଜରୀ

18 ରୁ 5 ପରତିଶତକୁ ଖସିଥିବା ସାମଗ୍ରୀ

8.ଗରିବଙ୍କ ପାଇଁ ନିର୍ମିତ ଖାଦ୍ୟ

9.ପ୍ଲାଷ୍ଟିକ୍ ୱେଷ୍ଟ

10.ରବର ୱେଷ୍ଟ

11.କାଚ ଗୁଣ୍ଡ

12.କାଠ କୋଇଲା

18ରୁ 12 ପ୍ରତିଶତକୁ ଖସିଥିବା ବସ୍ତୁ

13.କପଡ଼ା

14.ନାଇଲନ୍

15.ପଲିଷ୍ଟର

16.ବିସ୍କୋସ

17.ରେୟନ୍

18.ହାତ ନିର୍ମିତ ସିଲେଇ ସୂତା

19.ଷ୍ଟାପଲ ଫାଇବର

28ରୁ 5 ପ୍ରତିଶତକୁ ଖସିଥିବା ବସ୍ତୁ

20.ଇ-ୱେଷ୍ଟ

28ରୁ 18 ପ୍ରତିଶତକୁ ଖସିଥିବା ବସ୍ତୁ

21.ୱାଟର ପମ୍ପ

22.ଡିଡେଲ ଇଞ୍ଜିନର ପୋର୍ଟ

  1. ବେରିଙ୍ଗସ୍

24.ଷ୍ଟେସନାରୀ ଜିନିଷ

25.ଗ୍ରାନାଇଟ୍ ଓ ମାର୍ବଲକୁ ଛାଡି ଚଟାଣରେ ପଡୁଥିବା ପଥର

26.ପୋଷ୍ଟର କଲର

27.ପିଲାମାନଙ୍କର ମନୋରଞ୍ଜନଧର୍ମୀ ସାମଗ୍ରୀ