ବିଜେପିରେ ଯୋଗଦେଲେ ଅଳ୍ପେଶ ଠାକୁର

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ଘଟିଲା। କଂଗ୍ରେସର ପୂର୍ବତନ ବିଧାୟକ ତଥା ଯୁବ ନେତା ଅଳ୍ପେଶ ଠାକୁର ଶେଷରେ ବିଜେପିରେ ଯୋଗଦେଇଛନ୍ତି।

ତାଙ୍କ ସହ ଅନ୍ୟତମ ପୂର୍ବତନ କଂଗ୍ରେସ ବିଧାୟକ ଧବଲ ସିଂହ ଜାଲା ମଧ୍ୟ ପଦ୍ମ ଧରିଛନ୍ତି। ବିଜେପି ଗୁଜରାଟ ମୁଖ୍ୟ ଜିତୁ ଭାଘନିଙ୍କ ଉପସ୍ଥିତିରେ ଉଭୟ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଓବିସି ନେତା ଭାବେ ଅଳ୍ପେଶ ଠାକୁର ବେଶ ପରିଚିତ। ଜୁଲାଇ ୫ ରାଜ୍ୟସଭା ଭୋଟ ସମୟରେ ଅଳ୍ପେଶ ଠାକୁର ବିଜେପି ସପକ୍ଷରେ ଭୋଟ ଦେଇଥିଲେ।

ସେହିଦିନ ହିଁ ସେ କଂଗ୍ରେସକୁ ବାଏବାଏ କହିଥିଲେ। ଅଳ୍ପେଶଙ୍କ ସହ ଗୁଜରାଟ କ୍ଷେତ୍ରୀୟ ଠାକୁର ସେନା ମଧ୍ୟ ଏଣିକି ବିଜେପିକୁ ସମର୍ଥନ କରିବ। ଏହାର ମୁଖ୍ୟ ଅଳ୍ପେଶ ଠାକୁର ହିଁ ରହିଥିଲେ।