କାନାଡା: ସ୍କୁଲ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼, ୫ମୃତ, ୨ ଗୁରୁତର

ଓଟ୍ଟାୱା: କାନାଡ଼ାର ଶାସକ୍କାଚାୱାନ୍ ପ୍ରଦେଶର ଏକ ସ୍କୁଲ ଉପରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁଁ ୫ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ଶନିବାର ଜଣେ ଛାତ୍ର ତା’ର ବଡ ଭାଇଙ୍କୁ ଗୁଳି କରି ହତ୍ୟା କରିବା ପରେ ଦିନ ପ୍ରାୟ ୧ଟା ବେଳେ ଲା ଲୋଚେ କମ୍ୟୁନିଟି ସ୍କୁଲକୁ ପଶି ଗୁଳି ଚାଳାଇବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି।

ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।