ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ଶ୍ରୀନଗର: ପୁଲୱାମା ଜିଲ୍ଲାର କହିଲିଲ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା ଖବର ପାଇବା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

ରାଷ୍ଟ୍ରୀୟ ରାଇଫଲ, ଏସଓଜି ଗୃପ, ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆରପିଏଫ ଯବାନ ମିଳିତ ଭାବରେ ଘେରିଯାଇ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ସୂଚନା ରହିଛି। ଚାରି ଦିଗରୁ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହେବା ପରେ ଆତଙ୍କବାଦୀ ମାନେ ଗୁଳି ଚଳାଇଥିବା ଜମ୍ମୁ କଶ୍ନୀର ପୁଲିସ ସୂଚନା ଦେଇଛି।