ଗୁରୁଦାସପୁର ଆକ୍ରମଣ: ରବି ନଦୀ ଦେଇ ପାକିସ୍ତାନରୁ ଆସିଥିଲେ ଆତଙ୍କୀ

ନୂଆଦିଲ୍ଲୀ: ପଞ୍ଚାବର ଗୁରୁଦାସପୁରରେ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ରବି ନଦୀ ଦେଇ ପାକିସ୍ତାନରୁ ଆସିଥିଲେ। ଗୁରୁବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ। ଗୁରୁଦାସପୁରରେ ହୋଇଥିବା ଆକ୍ରମଣ ସମ୍ପର୍କରେ ରାଜ୍ୟସଭାରେ ବୟାନ ରଖିବା ଅବସରରେ ସେ ଏହି ସୂଚନା ଦେଇଥିଲେ। ଏଘଟଣା ନେଇ ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରିବା ଭିତରେ ସେ କହିଥିଲେ, ସରକାର ଏଭଳି ଆକ୍ରମଣର  କଡା ଜବାବ ଦେବ। ପରେ କଂଗ୍ରେସ ସଦସ୍ୟଙ୍କ  ହୋହାଲ୍ଲା ଯୋଗୁଁ ଦିନକ ପାଇଁ ରାଜ୍ୟସଭାକୁ ମୁଲତବି କରି ଦିଆଯାଇଥିଲା।

ସୁଚନାଯୋଗ୍ୟ,ଏ ଆକ୍ରମଣ ଘଟଣାରେ ୪ ପୋଲିସ ସହିଦ ହୋଇଥିବାବେଳେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୧ ଘଣ୍ଟାର ଗୁଳିବିନିମୟ ପରେ ୩ ଆତଙ୍କୀ ନିହତ ହୋଇଥିଲେ।

ଅନ୍ୟପକ୍ଷରେ ଗୁରୁଦାସପୁର ବସଷ୍ଟାଣ୍ଡରୁ ଆଜି ଏକ ବ୍ୟାଗରେ ବୋମା ଥିବା ନେଇ ଖବର ପ୍ରଚାରିତ ହୋଇଥିଲା।