ଗୌହାଟି: ଦୁଇଟି ସ୍ଥାନରେ ବୋମା ବିସ୍ଫୋରଣ, ୨ ଆହତ

ଗୌହାଟି: ଆସାମର ଗୌହାଟିରେ ଶନିବାର ଲାଗ୍ ଲାଗ୍ ଦୁଇଟି ବୋମା ବିସ୍ଫୋରଣ ହୋଇଛି। ସହରର ବ୍ୟସ୍ତ ବହୁଳ ଫ୍ୟାନ୍ସୀ ବଜାରରେ ଏହି ଦୁଇଟି ବିସ୍ଫୋରଣ ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଘଟିଥିଲା। କିଛି ସେକେଣ୍ଡର ବ୍ୟବଧାନରେ ଏହି ଦୁଇଟି ବିସ୍ଫୋରଣ ହୋଇଥିଲା। ଏକ ଅଳିଆ ଗଦାରେ ବିସ୍ଫୋରଣ ଦୁଇଟି ହୋଇଥିଲା। ବିସ୍ଫୋରଣର ତୀବ୍ରତା ଖୁବ୍ କମ୍ ରହିଥିଲା। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।