ହାୱଡା ଷ୍ଟେସନରେ ଫାଲକନାମା ଏକ୍ସପ୍ରେସରୁ ବୋମା ଉଦ୍ଧାର

ନୂଆଦିଲ୍ଲୀ: ଫାଲକନାମା ଏକ୍ସପ୍ରେସରୁ ଆଜି ସକାଳେ ବୋମା ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ହାୱଡ଼ା ଷ୍ଟେସନରେ ଫାଲକନାମା ଏକ୍ସପ୍ରେସ ଥିବା ବେଳେ ଏହି ବୋମା ନଜରକୁ ଆସିଥିଲା । ରେଲୱେ ପ୍ରୋଟେକ୍ସନ ଫୋର୍ସ, ଆରପିଏଫ୍ ମାନେ ଟ୍ରେନରୁ ବୋମାଟିକୁ ଉଦ୍ଧାର କରିଥିଲେ । ପରେ ବୋମା ନିଷ୍କ୍ରିୟକାରୀ ଦଳ ଷ୍ଟେସନରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ବୋମାକୁ ନିଷ୍କ୍ରିୟ କରିବାକୁ ଏକ ସିଲିଣ୍ଡର ଭରି ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ ।