ହାଫିଜକୁ ଆର୍ଥିକ ସାହାଯ୍ୟ କଲେ ୧୦ ବର୍ଷ ଜେଲ୍‌

ଇସ୍‌ଲାମ୍‌ବାଦ: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟିଦ୍‌ ଦ୍ୱାରା ପରିଚାଳିତ ସ୍ୱେଛାସେବୀ ସଂସ୍ଥା ସହ  ତଥାକଥିତ ସଙ୍ଗଠନକୁ ଆର୍ଥିକ ସହାୟତା ଦେଲେ ଜରିମାନା ସହ ପ୍ରାୟ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ। ଏପରି ଚେତାବନୀ ପାକିସ୍ତାନ ପକ୍ଷରୁ ଦିଆଯାଇଛି। ସାରା ଦେଶରେ ଉର୍ଦ୍ଧୁ ଭାଷାରେ ବିଜ୍ଞାପନ ମାଧ୍ୟମରେ ଏହି ଚେତବାନୀ ଦିଆଯାଇଛି। ବିଜ୍ଞାପନ ଦେଶର ସମସ୍ତ ପ୍ରତିଷ୍ଠିତ ଖବର କାଗଜରେ ମଧ୍ୟ ପ୍ରକାଶ ପାଇଛି।

ବିଜ୍ଞାପନରେ ସୟିଦଙ୍କ ଜମାନ ଉଦ-ଦାବା, ଫଲାହ-ଏ-ଇନ୍‌ସାନିୟତ ଫାଉଣ୍ଡେସନ୍‌ ଓ ମସୁଦ ଅଜହରର ଜୈଶ-ଏ-ମହମ୍ମଦ ସହିତ ୭୨ ସଙ୍ଗଠନର ନାଁ ରହିଛି।

ମୁମ୍ୱାଇ ଆକ୍ରମଣରର ମାଷ୍ଟରମାଇଣ୍ଡ ଓ  ଜମାତ-ଉଦ-ଦାବା (ଜେୟୁଡି) ମୁଖ୍ୟ ହାଫିଜ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଖକୁ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା ନୋଟିସ୍‌ ପଠାଇଛନ୍ତି।