ହାଫିଜର କୁମ୍ଭୀରକାନ୍ଦଣା, କହିଲା ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ନିନ୍ଦନୀୟ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସଇଦ ପ୍ରଥମ ଥର ପାଇଁ ଏହି ଘଟଣା ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ହାଫିଜ୍ କହିଥିଲା ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ନିନ୍ଦନୀୟ। ସେ ଟେଲିଫୋନ୍ ଜରିଆରେ ଏହି ସାକ୍ଷାତକାର ଦେଇଥିଲା। ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାୱାର ମୁଖ୍ୟ ହେଉଛି ହାଫିଜ୍।

ଅନ୍ୟପକ୍ଷରେ ହାଫିଜ୍ ସଂପର୍କରେ ଅନେକ ତଥ୍ୟ ଦେଇଛି ଗିରଫ ପାକିସ୍ତାନୀ ଆତଙ୍କବାଦୀ ନାଭେଦ। ପଚରାଉଚରା ବେଳେ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ନାଭେଦ କହିଥିଲା ଯେ ଅନେକ ସମୟରେ ହାଫିଜ୍ ସେମାନଙ୍କ କ୍ୟାମ୍ପକୁ ଆସୁଥିଲା। ଭାରତ ଓ ହିନ୍ଦୁମାନଙ୍କ ଉପରେ ଆକ୍ରମଣକରିବାକୁ ସେ ସବୁ ବେଳେ ପ୍ରୋତ୍ସାହିତ କରିଥାଏ।