ରାତିଅଧରେ କିଏ କାଟୁଛି ମହିଳାଙ୍କ ଚୁଟି ? ଲୋକେ ରାତି ଉଜାଗର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ  ଚୁଟି କଟା ଆତଙ୍କ । ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଏବେ ଚୁଟି କଟାକୁ ନେଇ ଆତଙ୍କ ଖେଳିଯାଇଛି । ରାତିରେ ଶୋଇଥିବା ଅବସ୍ଥାରେ ମହିଳାଙ୍କ  ଚୁଟି କଟାଯାଉଥିବା ଅଭିଯୋଗ ଆସିଛି। ଗୋଟିଏ କିମ୍ବା ଦୁଇଟି ଘଟଣା ନୁହଁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଅନେକ ଘଟଣା ସମ୍ନାକୁ ଆସିଛି।   ଡରରେ ଲୋକେ ରାତିରେ ଉଜାଗର ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଘଟଣାକୁ ଗୁରତ୍ୱର ସହ ନେଇଛି ପୋଲିସ। ଦୁଇଟି ଟିମ୍ ଦ୍ୱାରା ଘଟଣାର ତଦନ୍ତ କରିବା ସହ କୌଣସି ବି ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଆହ୍ୱାନ କରିଛନ୍ତି ଦକ୍ଷିଣ କାଶ୍ମୀର ଡିଜିପି । ଖୁବ୍ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବା ସହ ସତ୍ୟାସତ୍ୟ ସମ୍ନାକୁ ଅଣାଯିବ ବୋଲି ଅଶ୍ୱାସନା ଦେଇଛନ୍ତି ଡିଜି।